ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର ପରିସ୍ଥିତିରେ ପହଞ୍ଚିଛି। ବାୟୁ ପ୍ରଦୂଷଣ ହେତୁ ସଭିଏଁ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି | ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଆଜି ଓ କାଲି ଦୁଇ ଦିନ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନିର୍ମାଣ କାମ ମଧ୍ୟ ବନ୍ଦ ରହିବ। ଦିଲ୍ଲୀର ସମସ୍ତ ସ୍ଥାନରେ ଧୂଆଁ ଓ ଘନ କୁହୁଡି ଭଳି ଆସ୍ତରଣ ରହିଛି। ଭିଜିବିଲିଟି କମିଥିବା ସହ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଥିବା ଜଣାପଡିଛି |






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..