Report Card Odisha

| Daily Odia News

ଆଜି ଆସିବ ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗର ରାୟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ବିଭୁ ପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ କୋଭିଡ ସଂକ୍ରମଣ ସହ ମୂର୍ତ୍ତି ଉଚ୍ଚତାର କୌଣସି ସଂପର୍କ ନାହି ବୋଲି ଆବେଦନକାରୀ ଗତକାଲି ଶୁଣାଣି ସମୟରେ ଯୁକ୍ତି ରଖିଥିବା ବେଳେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ କୋଭିଡ୍‌ର ଭୟାବହତା କମ୍‌ ଥିବା ଅଦାଲତଙ୍କୁ ଜଣାଇଛନ୍ତି। ବାଲୁବଜାର ପୂଜା କମିଟି ୧୫୦୯ ମସିହାରୁ ୮ ଫୁଟର ମୂର୍ତ୍ତି ନିର୍ମାଣ କରି ପୂଜା କରି ଆସୁଛି। ୫ଶହ ବର୍ଷରୁ ଊର୍ଦ୍ଧ୍ବ ବର୍ଷ ଧରି ଚାଲିଥିବା ପରମ୍ପରା ଭଙ୍ଗା ଯିବା ଉଚିତ ନୁହେଁ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଆହୁରି ମଧ୍ୟ ଏହି କମିଟି ସୀମିତ ଲୋକଙ୍କ ମଧ୍ୟରେ ବିସର୍ଜନ ବ୍ୟବସ୍ଥା କୃତ୍ରିମ ପୋଖରୀରେ କରିବ ବୋଲି ଅଦାଲତଙ୍କୁ ଅବଗତ କରାଯାଇଛି। ମା’ଙ୍କର ମୁଖା ଓ ଖଡ଼ମା ପାଞ୍ଚ ଶହ ବର୍ଷର ଓ ଗଣେଶ ପୂଜାଠାରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଥିବାରୁ ୮ ଫୁଟ ଉଚ୍ଚତାର ମୂର୍ତ୍ତି କରି ପୂଜା କରିବାକୁ ଅନୁମତି ଦିଆଯାଉ ଓ ସରକାରଙ୍କ ସମସ୍ତ ମାର୍ଗଦର୍ଶିକାକୁ ମାନି ପୂଜା କରିବାକୁ ଯୁକ୍ତି ରଖାଯାଇଥିଲା।

Breaking News