ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉପରମୁଣ୍ଡରେ ବର୍ଷା ଓ ହୀରାକୁଦରୁ ପାଣି ଛାଡ଼ିବା ପରେ ମହାନଦୀରେ ଆସୁଛି ବଢ଼ି । ଏବେ ହୀରାକୁଦ ଜଳ ଭଣ୍ଡାରରେ ଯେତିକି ଜଳ ପ୍ରବେଶ କରୁଛି ସେତିକି ନିଷ୍କାସିତ ବି ହେଉଛି । ଏବେ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ବନ୍ୟା ପାଣି । ସମାନ ୪ଲକ୍ଷ ୮୭ ହଜାର ୨୦୩ କ୍ୟୁସେକ୍ ବନ୍ୟା ବି ନିଷ୍କାସନ ହେଉଛି । ହୀରାକୁଦ ଡ୍ୟାମର ୨୮ଟି ଗେଟ୍ ଖୋଲା ରହିଛି । ସକାଳ ୬ ସୁଦ୍ଧା ଡ୍ୟାମରେ ଜଳସ୍ତର ୬୨୮.୮୩ ଫୁଟ । ମୁଣ୍ଡଳିଠାରେ ୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେବ । ଏହା ଫଳରେ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏହାର ଶାଖା ନଦୀର ଜଳସ୍ତର ବି ବଢ଼ିବ । ମହାନଦୀରେ ବନ୍ୟା ଆସିଲେ କଟକ, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ । ଏସବୁ ଜିଲ୍ଲା ପ୍ରଶାସନକୁ ଆଲର୍ଟ ରହିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୩୨ଟି ଓଡ୍ରାଫ୍, ୧୨ଟି ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ମୁତୟନ ଅଛନ୍ତି ।
Discussion about this post