ରିପୋର୍ଟ କାର୍ଡ / ଭୁବନେଶ୍ବର
ଶନିବାର ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା | ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କାଳିଆ ସହାୟତା ବଣ୍ଟନ କରାଯିବ। ତେବେ ପୁରୀ ଜିଲ୍ଲାର ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ। ଚଳିତମାସ ୩୦ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଥିବାରୁ ନିର୍ବାଚନ କଟକଣା ପାଇଁ ଜିଲ୍ଲାବାସୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ। ସରକାରଙ୍କ ତଥ୍ୟ ଅନୁଯାୟୀ ଆଜି ଅପରାହ୍ଣ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ’ ସହାୟତା ବଣ୍ଟନ କରିବେ। ଏଥିରେ ରାଜ୍ୟର ୩୭ଲକ୍ଷ ୭୫ହଜାର ଚାଷୀଙ୍କ ‘କାଳିଆ’ ବାବଦକୁ ୨ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୫କୋଟି ଟଙ୍କା ଖର୍ଚ୍ଚ ହେବାକଥା, କିନ୍ତୁ ପୁରୀ ଜିଲାର ଚାଷୀଙ୍କୁ ସହାୟତା ବାବଦ ଅର୍ଥ ଦିଆଯିବ ନାହିଁ। ଏବାବଦକୁ ପ୍ରାୟ ୧୩କୋଟି ଟଙ୍କା କମ୍ ରହିବ ବୋଲି ଜଣାଯାଇଛି।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..