ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ପରଲୋକ ହୋଇଛି । ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ତାଙ୍କ ପ୍ରଯୋଜନାରେ ଶୂନ୍ୟସ୍ୱରୂପ ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଥିଲା। ଭୁଲ ବୁଝିବନି ମତେ ଫିଲ୍ମରେ ସେ ପ୍ରଯୋଜନା କରିଥିଲେ। ଦୂରଦର୍ଶନରେ ମଧ୍ୟ ଅନେକ ଧାରାବାହିକରେ ପ୍ରଯୋଜନା କରିଥିଲେ।ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ଭାଜପା ଛାଡିଲେ ଶେହଜାଦ ପୁନାୱାଲା…..