ରିପୋର୍ଟ କାର୍ଡ / ମାଲକାନଗିରି
ମୁମ୍ବାଇ ଉପକୂଳ ଆରବ ସାଗରରେ ଓଏନଜିସିର ଏକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ସେହି ମୃତ ୪ ଜଣଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ସତ୍ୟମ୍ବଦ ପାତ୍ର । ସତ୍ୟମ୍ବଦ ଓଏନଜିସି କମ୍ବାନିରେ ଜିଓଲୋଜିଷ୍ଟ ଭାବେ ଚାକିରି କରୁଥିଲେ । ସତ୍ୟମ୍ବଦଙ୍କ ବାପା ସୁରେଶ ଚନ୍ଦ୍ର ପାତ୍ର ସମବାୟ ବିଭାଗରେ ଚାକିରି କରୁଥିବା ବେଳେ ମାଆ ସବିତା ସାହୁ ଜଣେ ଶିକ୍ଷୟତ୍ରୀ । ସତ୍ୟମ୍ବଦ ମାଲକାନଗିରି ଜିଲ୍ଲାରେ ପିଲାଟି ବେଳରୁ ପାଠ ପଢିଥିବା ବେଳେ ତାଙ୍କର ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଯୋଗୁଁ ସର୍ବ ଭାରତୀୟ ସ୍ତରରେ କୃତିତ୍ୱ ହାସଲ କରି ଓଏନଜିସି କମ୍ପାନିର ମୁମ୍ବାଇ ଶାଖାରେ ଜିଓଲୋଜିଷ୍ଟ ଭାବେ ଚାକିରି ପାଇଥିଲେ । ଗତ ବର୍ଷ ତାଙ୍କର ବିବାହ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ରହିଥିବା ଜଣାପଡିଛି । ହସ ଖୁସିରେ ଚାଲିଥିବା ସୁଖି ପରିବାରରେ ଏବେ ମାଡିଆସିଛି ଦୁଃଖର ପାହାଡ । ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସମଗ୍ର ମାଲକାନଗିରି ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
ଆଜି ସକାଳେ ସତ୍ୟମ୍ବଦ ପାତ୍ରଙ୍କ ମାଲକାନଗିରି ସ୍ଥିତ ବାସ ଭବନ ସମ୍ମୁଖରେ ମାଲକାନଗିରି ସହର ବାସୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ସାହି ପଡିଶା, ସାଙ୍ଗ ସାଥି ଶିକ୍ଷକ






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
କେନ୍ଦ୍ରାପଡାରେ ଫୁଟିଲା ଗୁଳି……
ନୂଆପଡା ମତଗଣନା: ଆଗରେ ବିଜେପି…..