Report Card Odisha

| Daily Odia News

ବାଦାମ ଫେସ୍ ପ୍ୟାକ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହିଳାମାନେ ଘରେ ଫେସ୍ ପ୍ୟାକ୍ ତିଆରି କରି ଆପଣ ନିଜର ସୌନ୍ଦର୍ଯ୍ୟକୁ ବଢାଇପାରିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ବାଦାମରେ ତିଆରି ଏକ ଫେସ୍ ପ୍ୟାକ୍ । ବାଦାମରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ରେଟିନୋଲ ଏବଂ ଭିଟାମିନ୍ ଇ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ । ଆପଣ ଚର୍ମର ରଙ୍ଗ ବଢାଇବା ପାଇଁ ବାଦାମ ଫେସ୍ ପ୍ୟାକ୍ ମଧ୍ୟ ବ୍ୟବହାର କରିପାରିବେ । ତେବେ ଚାଲନ୍ତୁ ଜାଣିବା ବାଦାମ ଫେସ୍ ପ୍ୟାକ୍ ର ଉପକାରିତା ଏବଂ ଏହାକୁ କିପରି ପ୍ରସ୍ତୁତ କରିବେ ।

ବାଦାମ ଫେସଫ୍ୟାକରୁ ମିଳୁଥିବା ଫାଇଦା :

ବାଦାମ ଭିଟାମିନ୍-ଇ ର ସର୍ବୋତ୍ତମ ପ୍ରାକୃତିକ ଉତ୍ସ, ଯାହା ଚେହେରାକୁ ବହୁ ପରିମାଣରେ ମଇଶ୍ଚୁରାଇଜର କରିଥାଏ । ବାଦାମ ଫେସ୍ ପ୍ୟାକ୍ ମୁହଁରେ ଲଗାଇବା ଦ୍ୱାରା ସମସ୍ତ ଦାଗ କମିଯାଇଥାଏ ଏବଂ ଚେହେରାରେ ଏକ ଭିନ୍ନ ରଙ୍ଗ ଆଣିଥାଏ । ଏହା ଆମ ଚର୍ମକୁ ଭିତରୁ ସଫା କରିଥାଏ ଏବଂ ଏହାର ରଙ୍ଗକୁ ବଢାଇଥାଏ । ଯଦି ଆପଣଙ୍କ ସ୍କିନ୍ ଅଏଲି, ତେବେ ବାଦାମ ଫେସ୍ ପ୍ୟାକ୍ ପ୍ରୟୋଗ କରିବା ଦ୍ୱାରା କଳା ଦାଗ, ବ୍ରଣ ଦାଗ ଦୂର ହୋଇଥାଏ । ତ୍ୱଚାକୁ ଚମକିବା ଏବଂ ଦାଗହୀନ କରିବାରେ ଏହା ବହୁତ ସହାୟକ ହୋଇଥାଏ ।

 

ପ୍ରସ୍ତୁତ ପ୍ରଣାଳୀ :

ସାମଗ୍ରୀ :

୮-୧୦ ଟି ବାଦାମ

୧ କପ୍ କ୍ଷୀର

ରାତିରେ ବାଦାମକୁ ଭିଜାଇ ରଖନ୍ତୁ । ପରଦିନ ବାଦାମରୁ ଚୋପା ଛଢାଇ ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ କ୍ଷୀର ମିଶାଇ ଫେସପ୍ୟାକ୍ ପ୍ରସ୍ତୁତ୍ କରନ୍ତୁ । ଏହାପରେ ପ୍ରଥମେ ମୁହଁକୁ ଭଲଭାବରେ ସଫା କରନ୍ତୁ । ମୁହଁ ଏବଂ ବେକରେ ଭଲଭାବରେ ଫେସପ୍ୟାକ୍ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏବଂ ପରେ ମୁହଁକୁ ସଫା ପାଣିରେ ଧୋଇଦିଅନ୍ତୁ ।

 

Breaking News