Report Card Odisha

| Daily Odia News

ମାସ୍କ ବ୍ୟବହାର କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଛି । ସଚେତନ ଓ ସତର୍କତା ମାଧ୍ୟମରେ କରୋନା ସଂକ୍ରମଣରୁ ବର୍ତ୍ତି ହେବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟମିତ ମାସ୍କର ବ୍ୟବହାର ଆମକୁ କୋଭିଡି-୧୯ ଠାରୁ ସୁରକ୍ଷିତ ରଖିବ। ଏହା ହିଁ ଆମ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ। ଏଥିରେ ସାମାନ୍ୟ ଅବହେଳା ଆମକୁ ସଙ୍କଟରେ ପକାଇବ। ସଚେତନ ହୁଅନ୍ତୁ, ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ସଚେତନ ହେବା ସହ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖି ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ମୁହଁରୁ ମାସ୍କ ଖସିବା ଅର୍ଥ କରୋନାକୁ ଆମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହ ଅତିକମରେ ୨ ମିଟର ଦୂରତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମାସ୍କ ହିଁ ଆମକୁ କୋଭିଡି-୧୯ ଠୁ ସୁରକ୍ଷିତ କରିବ। ନିଜର ତଥା ନିଜ ପ୍ରିୟଜନଙ୍କ ସୁରକ୍ଷା ପାଇଁ ଏଥିରେ ହେଳା କରନ୍ତୁ ନାହିଁ। କୋଭିଡ ନିୟମ ମାନିବା ସହ ନିୟମିତ ମାସ୍କ ପିନ୍ଧି କରୋନାକୁ ଘରେ ପଶିବାକୁ ଦିଅନ୍ତୁ ନାହିଁ। ଆସନ୍ତୁ, ଏହି ଲଢେଇକୁ ଦୃଢତାର ସହ ଲଢିବା। ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଠାରୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । କୋଦାନବଜାର, ହାଟ ଯିବାବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ସରକାର ନିବେଦନ କରିଛନ୍ତି । ହାଟରେ ପ୍ରତି ଦୋକାନ ମଧ୍ୟରେ ଦୂରତା ରଖା ଉପରେ ଗୁରୁତ୍ୱ ଦିଆଯାଉଛି ।

Breaking News