ରିପୋର୍ଟ କାର୍ଡ / ବିହାର
ବିହାର ରାଜନୈତିକ ସମସ୍ୟା ବଢିବଢି ଚାଲିଛି | ଲୋକ ଜନତା ପାର୍ଟି ମଧ୍ୟରେ ରାଜନୈତିକ ସଂଘର୍ଷରେ ପଡିନି ପୂର୍ଣ୍ଣଛେଦ। ପଶୁପତି ପାରସଙ୍କ ସହ ଅନ୍ୟ ସାଂସଦମାନେ ମିଳିମିଶି ଏଲଜେପି ପାର୍ଟି କୁ ଦଖଲ କରି ନେଇଛନ୍ତି । ଫଳରେ ଏହାକୁ କେନ୍ଦ୍ର କରି ଆରମ୍ଭ ହୋଇଯାଇଛି ବିବାଦ | ଏହାରି ଭିତରେ ଜନଶକ୍ତି ପାର୍ଟିର ଜଣେ ଯୁବନେତା ଏବଂ ଚିରାଗ ପାଶଓ୍ୱାନଙ୍କ ସାଙ୍ଗ ସୌରଭ ପାଣ୍ଡେ ଏକ ଚିଠି ଜାରି କରିଛନ୍ତି । ସୌରଭ ତାଙ୍କ ଟ୍ୱିଟରରେ ଆକାଉଣ୍ଟରେ ଲେଟର ଜାରି କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ଚିଠିଟି ରାମବିଳାସ ପାଶଓ୍ୱାନଙ୍କ ହାତ ଲେଖା ଚିଠି । ଯାହାକି ୧ ଜାନୁଆରୀ ୨୦୨୦ରେ ଲେଖିଥିଲେ । ଚିଠିରେ ରାଜନୈତିକ ସ୍ଥିତି ସହ ଚିରାଗ କେମିତି ଦଳ ପାଇଁ ପରଶ୍ରମ କରିଛନ୍ତି ସେ ବିଷୟରେ ଲେଖାଥିଲା । ଏତେ କମ ସମୟରେ ଚିରାଗ କିପରି ଏତେ ରାଜନୀତିର ଶିଖର ଛୁଇଁଲେଣି । ସୌରଭ ରାମବିଳାସଙ୍କ ହାତ ଲେଖା ଚିଠି ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାଅଛି ତୁମମାନଙ୍କ ସହଯୋଗ ପାଇଁ ଚିରାଗ ସାଂସଦ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ସଦନର ନେତା ହୋଇଛି । ଦେଶର ବଡ ବଡ ଲୋକଙ୍କ ସହ ଚିରାଗଙ୍କ ସ୍ଥାନ ଅଛି । ୨୦୧୩ ସେ ରାଜନୀତିରେ ଏଣ୍ଟ୍ରି ମାରିଥିଲା । ହେଲେ ଏଇ ଖୁବ କମ ଦିନରେ ସେ ବେଶ୍ ପାରଦର୍ଶୀ ହୋଇଗଲାଣି । ଆହୁରି ମଧ୍ୟ, ଚିଠିରେ ଲେଖାଯାଇଛି, ‘ତୁମେ ଦୁହେଁ ଗତ କିଛି ବର୍ଷ ମଧ୍ୟରେ କଠିନ ପରିଶ୍ରମ କରିଛ, ଏହା ହେଉଛି ଏହାର ଫଳାଫଳ । କିନ୍ତୁ, ସୌରଭ ଟାର୍ଗେଟ ଏବେ ବହୁତ ଦୂରରେ ଅଛି । ପ୍ରଥମେ ଦୁଇଟି ଲକ୍ଷ୍ୟ ପୂରଣ କରିବାର ଅଛି । ଗୋଟିଏ ହେଉଛି, ବିହାର ଏବଂ ଅନ୍ୟଟି ଦେଶ । ସୌରଭ ପୋଷ୍ଟ କରିବା ପରେ କହିଛନ୍ତି, ଯିଏ ଆମର ପରିଶ୍ରମ ଦେଖିଥିଲେ ସେ ଏବେ ନାହାଁନ୍ତି । ଯିଏ ପାର୍ଟିକୁ ଆଗକୁ ନେବାକୁ ଜିଦ କରୁଥିଲେ ସେ ତ ଛାଡିଚାଲିଯାଇଛନ୍ତି । ହେଲେ ଏବେ ଆମେ ଚିରାଗଙ୍କ ନେତୃତ୍ୱରେ ଆଗକୁ ଯିବା ।
More Stories
ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ,ବିଜେଡ଼ି କୁ ବୁଡ଼େଇବେ ୫ ନେତା….
ପୁଣି ଉଗ୍ର ହେଲା ବିଜେଡି କଳି,ସଞ୍ଜୟଙ୍କୁ ଘେରିଲେ ଅମରେଶଙ୍କ ସମର୍ଥକ….
ରାଜନୀତିରୁ ସନ୍ନ୍ୟାସ ନେଲେ ରଘୁ ନନ୍ଦନ ଦାସ…..