Report Card Odisha

| Daily Odia News

ଆମେରିକାରେ ଗୁଳିକାଣ୍ଡ ୨ମୃତ,୩୦ ଆହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯୁକ୍ତରାଷ୍ଟ୍ର ଆମେରିକାର ତିନୋଟି ପ୍ରଦେଶରେ ସଙ୍ଗଠିତ ଗୁଳିକାଣ୍ଡରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି | ଶନିବାର ସରକାରୀ କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି । କୋଭିଡ୍‌-୧୯ କଟକଣା କୋହଳ ହେତୁ ଅବାଧ ଜନସମାଗମ ହେଉଥିବା ବେଳେ ଏଭଳି ଗୁଳିକାଣ୍ଡଜନିତ ହିଂସା ଗ୍ରୀଷ୍ମକାଳ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସେମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ଶୁକ୍ରବାର ରାତିରୁ ଶନିବାର ପ୍ରତ୍ୟୁଷ ମଧ୍ୟରେ ଟେକ୍ସାସ୍‌ର ରାଜଧାନୀ ଅଷ୍ଟିନ୍‌, ଚିକାକୋ ଏବଂ ଜର୍ଜିଆର ସାଭାନ୍ନାରେ ଘଟିଥିବା ତିନୋଟିଯାକ ଗୁଳିକାଣ୍ଡ ଘଟଣାରେ ଶନିବାର ଅପରାହ୍ଣ ସୁଦ୍ଧା କାହାରିକୁ ଗିରଫ କରାଯାଇ ନ ଥିଲା। ଶନିବାର ପ୍ରତ୍ୟୁଷରେ କେବଳ ବାର୍‌ ଏବଂ ରେଷ୍ଟରାଣ୍ଟ ବା ଅଷ୍ଟିନ୍‌ର ଜନଗହଳି ଭରା କେବଳ ପାଦଚଲା ରାସ୍ତାରେ ଗୁଳିକାଣ୍ଡ ଘଟାଇଥିବା ଦୁଇଜଣ ସନ୍ଦିଗ୍ଧ ପୁରୁଷଙ୍କର ସରକାରୀ କର୍ତ୍ତୃପକ୍ଷମାନେ ସନ୍ଧାନ ନେଉଛନ୍ତି। ପୋଲିସ କହିବା ଅନୁସାରେ, ଦୁଇ ଦଳଙ୍କ ମଧ୍ୟରେ ବଚସା ଯୋଗୁଁ ଘଟିଥିବା ଏହି ଗୁଳିକାଣ୍ଡରେ ୧୪ଜଣ ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସେହିଭଳି, ଚିକାଗୋ ଅନ୍ତର୍ଗତ ଚାତମ୍ ସହର ପାଖ ଫୁଟ୍‌ପାଥ୍‌ରେ ଠିଆ ହୋଇଥିବା ଦଳେ ଲୋକଙ୍କ ଉପରକୁ ଦୁଇଜଣ ଲୋକ ଗୁଳି ଚଳାଇବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୯ଜଣ ଆହତ ହୋଇଛନ୍ତି। ଖସି ପଳାଇଥିବା ଗୁଳିଚାଳକମାନଙ୍କୁ ଶନିବାର ଅପରାହ୍ଣ ସୁଦ୍ଧା ଚିହ୍ନଟ କରାଯାଇ ପାରିନାହିଁ। ଏହା ବ୍ୟତୀତ, ଦକ୍ଷିଣ ଜର୍ଜିଆର ସାଭାନ୍ନାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତ ହୋଇଥିବା କଥା ପୋଲିସ କହିଛି। ଆହତଙ୍କ ମଧ୍ୟରେ ଅଛନ୍ତି ଜଣେ ୧୮ ମାସର ଶିଶୁ ଓ ଜଣେ ୧୩ ବର୍ଷିୟ ବାଳକ। ଦୁଇ ଦଳଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଗୁଳିକାଣ୍ଡ ଘଟିଥିବା କଥା ସାଭାନ୍ନା ପୋଲିସ ମୁଖ୍ୟ କନିଷ୍ଠ ରୟ ମିଣ୍ଟର୍‌ କହିଛନ୍ତି।

Breaking News