ରିପୋର୍ଟ କାର୍ଡ / ଭୁବନେଶ୍ୱର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ଜୁଲାଇ ୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ସୂଚନା ଅନୁଯାୟୀ, ଜୁଲାଇ ୪ ତାରିଖରେ ଅମିତ ଶାହ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବରଗଡ଼ ଗସ୍ତ କରିବେ। ସେଠାରେ ଏକ ଇଥାନଲ୍ ପ୍ରକଳ୍ପର ଶୁଭାରମ୍ଭ କରିବେ।ଏହାପରେ ସେ ସେହିଦିନ ସମ୍ବଲପୁରକୁ ଯାଇ ରାତ୍ରିଯାପନ କରିବେ।ଜୁଲାଇ ୫ ତାରିଖରେ ସମ୍ବଲପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ବୋଲି ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।






More Stories
ଆଧାର ଲିଙ୍କ୍ ନ କଲେ ପେନ୍ସନ୍ ନାହିଁ……
ପ୍ରବଳ ବର୍ଷୀଵ…..
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….