Report Card Odisha

| Daily Odia News

ପ୍ରବଳ ବର୍ଷୀଵ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବର୍ଷାରେ ଭିଜିଲା ଟ୍ବିନସିଟି । ସକାଳୁ ଭୁବନେଶ୍ବର ଓ କଟକରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହାରି ଭିତରେ ଆଗକୁ ବର୍ଷାର ପରିମାଣ ଆହୁରି ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଜୁନ ପହିଲାରୁ ମୌସୁମୀ ଅଧିକ ସକ୍ରିୟ ହେବା ସହ ବର୍ଷାରେ ପରିମାଣ ମଧ୍ୟ ବଢ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ରାୟଗଡ଼ା, କୋରାପୁଟ,ମୟୂରଭଞ୍ଜ, କନ୍ଧମାଳ, ଗଜପତି,କେନ୍ଦୁଝର ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ସେହିପରି ବୁଧବାର ମଧ୍ୟ ଅନେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧ ତାରିଖରେ ସାରା ରାଜ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Breaking News