ରିପୋର୍ଟ କାର୍ଡ / ଭୁବନେଶ୍ବର
ବର୍ତ୍ତମାନ ସମୟରେ ନୂତନ ପ୍ରଯୁକ୍ତିବିଦ୍ୟା ସହିତ ଲୋକେ ଫୋନ୍ ମାଧ୍ୟମରେ ସେମାନଙ୍କର ଅନେକ କାମ କରି ପାରୁଛନ୍ତି। ଲୋକମାନେ ପ୍ରାୟତଃ ସେମାନଙ୍କର ଫୋନ୍ରେ ଅନେକ ଗୁରୁତ୍ୱପୁର୍ଣ୍ଣ ତଥ୍ୟକୁ ମଧ୍ୟ ସାଇତି ରଖୁଛନ୍ତି। ତେଣୁକରି କୌଣସି ପ୍ରକାରେ ଯଦି ଏହି ଫୋନ୍ ଚୋରି ହୋଇଯାଏ କିମ୍ବା ହଜିଯାଏ ଲୋକମାନେ ଚିନ୍ତାରେ ପଡ଼ିଯାନ୍ତି। କିନ୍ତୁ ଏବେ ଆଉ ମୋବାଇଲ ଚୋରି ହେଲେ କିମ୍ବା ହଜିଗଲେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏଥି ପାଇଁ କେନ୍ଦ୍ର ଟେଲି କମ୍ୟୁନିକେସନ ବିଭାଗ ଲୋକମାନଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି। ଶନିବାର ଓଡ଼ିଶା ପୋଲିସ ପକ୍ଷରୁ ଏକ ଟ୍ୱିଟ୍ କରି ଲୋକମାନଙ୍କୁ ସତର୍କ କରିବା ସହିତ ଏହି ସୂଚନା ଦେଇଛି । ଆପଣଙ୍କର ଫୋନ୍ ଚୋରି ହୋଇଗଲେ କୌଣସି ଚିନ୍ତା ନକରି ଏହି https://ceir.sancharsaathi.gov.in/Home/index.jsp ଲିଙ୍କ୍ରେ ଯାଇ ନିଜର ମୋବାଇଲ୍କୁ ବ୍ଲକ କରିପାରିବେ । ଯାହା ଦ୍ୱାରା ଆପଣ ଏକ ବଡ ସାବର ଠକେଇରୁ ବର୍ତ୍ତିପାରିବେ ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….