ରିପୋର୍ଟ କାର୍ଡ / ମୁମ୍ବାଇ
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଚେତାବନୀ ଦିଆଯାଇଛି। ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ୍ ସିଆରପିଏଫକୁ ମିଳିଛି। ମେଲ୍ ପାଇବା ପରେ ସିଆରପିଏଫ ସମେତ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥା ସତର୍କ ହୋଇଯାଇଛନ୍ତି। ସୂଚନା ଅନୁସାରେ, ମୁମ୍ବଇସ୍ଥିତ ସିଆରପିଏଫର ମୁଖ୍ୟାଳୟକୁ ଆଜି ସକାଳେ ଏକ ମେଲ୍ ଆସିଛି। ସେଥିରେ ଲେଖାଯାଇଛି ଯେ, ଆଗାମୀ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦିଆଯିବ। କୌଣସି ଧାର୍ମିକ ସ୍ଥଳରେ ଉଭୟଙ୍କୁ ହତ୍ୟା କରାଯିବ ବୋଲି ମେଲ୍ରେ ଚେତାବନୀ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ ଉଭୟ ନେତାଙ୍କୁ ଅନେକ ଥର ହତ୍ୟା ଧମକ ମିଳିସାରିଛି ।
More Stories
ଭିକାରିମୁକ୍ତ ହେବ ରାଜ୍ୟ,କଟକରେ ସର୍ବାଧିକ…..
୧୯ରୁ ରାଜ୍ୟରେ ବର୍ଷା ସମ୍ଭାବନା…..
ଅନଲାଇନରେ ଅର୍ଡର କରିଥିଲେ ଲାପଟପ୍ ଆସିଲା ମାର୍ବଲ୍ ପଥର…..