ରିପୋର୍ଟ କାର୍ଡ / ଭୁବନେଶ୍ୱର
୮ଦଫା ଦାବି ନେଇ ଗତ ୪୫ ଦିନ ଧରି ବିଧାନସଭା ସମ୍ମୁଖରେ ଧାରଣାରତ ଅଙ୍ଗନୱାଡ଼ି କର୍ମୀମାନେ ମଙ୍ଗଳବାର ବିଶାଳ ଶୋଭାଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ | ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ଆଲୋଚନା ପରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଆନ୍ଦୋଳନକୁ ଫେବୃୟାରୀ ୧୫ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରକାରଙ୍କ ସହ ପୁଣିଥରେ ଆଲୋଚନା କରିବା ନେଇ ସରକାରଙ୍କ ପକ୍ଷରୁ ଲିଖିତ ଭାବେ ଦିଆଯିବା ପରେ ଅଙ୍ଗନୱାଡ଼ି କର୍ମୀମାନେ ନିଜର ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ସୂଚନା ଅନୁସାରେ ଅଙ୍ଗନୱାଡ଼ି କର୍ମୀମାନଙ୍କର ଦାବିକୁ ନେଇ ଅନ୍ୟ ବିଭାଗଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ମୁଖ୍ୟ ସଚିବ ସେମାନଙ୍କ ସହ ଦରମା ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ ଲିଖିତ ଭାବେ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ସେ କହିଛନ୍ତି । ଯଦି ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସରକାରଙ୍କ ସହ ଆଲୋଚନା ସକରାତ୍ମକ ନହୁଏ ତା’ହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..