ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଡିଜେ କୋର୍ଟ-୨ ବହୁ ଚର୍ଚ୍ଚିତ ଜଟଣୀ ହତ୍ୟାକାଣ୍ଡ ଘଟଣାରେ ୪ ହତ୍ୟାକରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜି ୨୦୧୭ ମାର୍ଚ୍ଚ ୨ ତାରିଖରେ ଘଟିଥିବା ଜଟଣୀ ଅନୁପ ବେହେରା ହତ୍ୟାକାଣ୍ଡ ମାମଲାରେ ରାୟ ପ୍ରକାଶ ପାଇଛି। ଏଡିଜେ କୋର୍ଟ-୨ ପକ୍ଷରୁ ପ୍ରକାଶିତ ରାୟରେ ଦୋଷୀ ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି। ଜଟଣୀରେ ୨୦୧୭ ମାର୍ଚ୍ଚ ୨ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହାଲୁ ବେହେରା, ମୃଣାଲ ବେହେରା, ଗୋପୀନାଥ ବେହେରା ଏବଂ ନାଲୁ ବେହେରା ମାରଣାସ୍ତ୍ର ଓ ଲୁହାରଡରେ ଅନୁପଙ୍କୁ ପିଟିପିଟି ହତ୍ୟା କରିଥିଲେ।






More Stories
ଚାଷ ଜମି ବୁଲିଲେ, ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ…..
ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ……
ବାତ୍ୟା ଲ୍ୟାଣ୍ଡଫଲ୍ ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ…..