ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି | ଲୋକଙ୍କ ମନରେ ଆଗ ଭଳି ଆଉ ଭୟ ନାହିଁ | କରୋନା କଟକଣାକୁ ମାନୁନାହାନ୍ତି | ଓଡ଼ିଶାରେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ବିଏମ୍ସି ପକ୍ଷରୁ ରାଜଧାନୀର ଏକ ଆପାଟମେଣ୍ଟକୁ ସିଲ୍ କରିଦିଆଯାଇଛି। ଏକାଧିକ କରୋନା ଆକ୍ରାନ୍ତି ଚିହ୍ନଟ ପରେ ଟଙ୍କପାଣି ରୋଡ୍ର ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ମଙ୍ଗଳବାରଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି। ଏହି ସମୟରେ ଆପାର୍ଟମେଣ୍ଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶକୁ ମନା କରାଯାଇଛି। ତେବେ କେବଳ ସ୍ବୀକୃତିପ୍ରାପ୍ତ ବିଏମ୍ସି ଅଧିକାରୀଙ୍କୁ ପ୍ରବେଶ ନେଇ ଅନୁମତି ଦିଆଯାଇଥିବା ସୂଚନା ମିଳିଛି।
More Stories
ସ୍କୁଲ ବସ୍କୁ ଧକ୍କା ଦେଲା ଟ୍ରେନ୍…..
ଡ୍ରାଇଭର ସଂଘ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ…..
ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ମନମୋହନ……