Report Card Odisha

| Daily Odia News

ମାସ୍କ୍‌ ପିନ୍ଧି ନ ଥିବା କାରଣରୁ ଯବାନଙ୍କୁ ମାଡମାରି ୩ ପୋଲିସ ନିଲମ୍ବିତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୋଲିସର ଦାଦାଗିର ଦିନକୁ ଦିନ ବଢି ଯାଉଛି | ଅନେକ ସମୟରେ ପୋଲିସ ମାନେ ଅମାନବୀୟ କାଣ୍ଡ ଘଟାଉଛନ୍ତି | ଯାହାର ଭିଡ଼ିଓ ସୋସିଆଲ ମେଡିଆରେ ଭାଇରାଲ ହେବା ସହିତ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି | ବର୍ତ୍ତମାନ ଦିନକ ପୂର୍ବେ ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିବା ସମୟରେ ମାସ୍କ୍‌ ପିନ୍ଧି ନ ଥିବା କାରଣରୁ ସେନାର ଜଣେ ଯବାନଙ୍କୁ ମାଡମାରିଥିଲ | ଏହି ଘଟଣାରେ ଗୁରୁବାର ଜଣେ ହେଡ୍‌ କନେଷ୍ଟବଳ ଏବଂ ଅନ୍ୟ ୨ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ବୁଧବାର ଦିନ ମୟୂରହଣ୍ଡ୍‌ ଥାନା ଅଧୀନ କର୍ମାଚୌକ୍‌ ଅଞ୍ଚଳରେ ଘଟଣାଟି ଘଟିଥିଲା। ମୋଟରସାଇକେଲ୍‌ ଚଳାଇ ଯାଉଥିବା ସେନା ଯବାନ୍‌ଜଣଙ୍କୁ ମୟୂରହଣ୍ଡ୍‌ ‘ବ୍ଲକ୍‌ ଉନ୍ନୟନ ଅଧିକାରୀ’ଙ୍କ ନେତୃତ୍ବରେ ସ୍ବତନ୍ତ୍ର ଯାଞ୍ଚ୍ ଅଭିଯାନ ଚଳାଇଥିବା ପୋଲିସ ଟିମ୍‌ ଅଟକାଇଥିଲେ। ଅନ୍ୟୂନ ୩ଜଣ ପୋଲିସ ତାଙ୍କ ଉପରେ ବିଧା ବର୍ଷଣ କରୁଥିବା ଦୃଶ୍ୟସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସର୍ବସାଧାରଣରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଚତ୍‌ରା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାକେଶ ରଞ୍ଜନ କହନ୍ତି, ତଦନ୍ତ ପାଇଁ ମୁଁ ମୁଖ୍ୟାଳୟର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କହିଥିଲି। ଉଭୟ ପକ୍ଷଙ୍କର ଭୁଲ୍‌ ଥିଲେ ବି ଆମେ ଜଣେ ହେଡ୍‌ କନେଷ୍ଟବଳ ଏବଂ ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛୁ। ସେନାର ଜଣେ ଯବାନ ହୁଅନ୍ତୁ କି, ଜଣେ ସାଧାରଣ ଜନତା ହୁଅନ୍ତୁ, ପୋଲିସଙ୍କ ଠାରୁ ଏ ଭଳି ଆଚରଣ ଆଶା କରାଯିବା କଥା ନୁହେଁ। କୋଭିଡ୍‌ ନିୟମ ଉଲ୍ଲଂଘନକାରୀ ଉକ୍ତ ସେନା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି, ନାହିଁ ପଚରା ଯିବାରୁ ରଞ୍ଜନ କହିଲେ, ଏହି ଅଭିଯାନର ନେତୃତ୍ବ ନେଇଥିବା ‘ବିଡିଓ’ଙ୍କୁ ସେ ରିପୋର୍ଟ ମାଗିଛନ୍ତି। ସେ ରିପୋର୍ଟକୁ ଆଧାର କରି ଆଉ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Breaking News