ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ବାନ୍ଦିପୁର ଜିଲ୍ଲାର ଏସ୍କେ ପୟେନ ଅଞ୍ଚଳରେ ସେନାର ଏକ ଟ୍ରକ୍ ଘାଟି ତଳକୁ ଖସି ପଡ଼ିଛି | ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପାହାଡ଼ ଉପରେ ବୁଲାଣି ରାସ୍ତାରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତ ଯବାନମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସ୍ଥିର ଅଛି। ଘଟଣାସ୍ଥଳରେ ସେନାର ଯବାନ ଓ ପୋଲିସ କର୍ମଚାରୀ ପହଞ୍ଚି ତଦାରଖ କରିଛନ୍ତି। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ସେନାର ଏକ ଗାଡ଼ି ପ୍ରାୟ ୩୫୦ ଫୁଟ୍ ଗଭୀର ଖାଇକୁ ଖସି ପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଥିଲେ। ତା’ ପୂର୍ବରୁ ନଭେମ୍ବର ୪ ତାରିଖରେ ରଜୌରୀ ଜିଲ୍ଲାରେ ସେନାର ଏକ ଗାଡ଼ି ଖାଇକୁ ଖସି ପଡ଼ିବାରୁ ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..