ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଓଡିଶା ଆସୁଛନ୍ତି ଉଭୟ ଭାରତୀୟ ମହିଳା-ପୁରୁଷ ହକି ଟିମ୍ | ୧୭ ତାରିଖ ସକାଳ ୧୧ଟାରେ ମହିଳା ଓ ପୁରୁଷ ହକି ଦଳ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଖେଳାଳିମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୨ ଟିମମକୁ ସ୍ୱତନ୍ତ୍ର ବସରେ ହୋଟେଲକୁ ନିଆଯିବ। ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ବଡ଼ ବଡ଼ ପୋଷ୍ଟର ଏୟାରପୋର୍ଟରୁ ଜାଭିୟର ଛକ ଯାଏ ଲଗାଯାଇଛି। ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବା ପରେ ସଂଧ୍ୟା ୫ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଳିଙ୍କ ଫଟୋସୁଟ୍ କରାଯିବ। ସଂଧ୍ୟା ସାଢ଼େ ୬ଟାରେ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର। ଖେଳାଳିଙ୍କ ରହିବା ଓ ଖାଇବା ଲାଗି ହୋଟେଲ୍ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତ ହୋଇଛି।

ଖେଳାଳିମାନଙ୍କୁ ସେମାନଙ୍କ ମନ ପସନ୍ଦର ଡିସ୍ ଦେବା ଲାଗି ସବୁ ରକମର ଖାଦ୍ୟ ମଧ୍ୟ ପ୍ରସ୍ତୁତ ହୋଇଛି। ଯିଏ ଯାହା ଖାଇବେ, ସେଥିଲାଗି ବିଶେଷ ଭାବେ ଧ୍ୟାନ ଦିଆଯାଇଛି। କରୋନା ଗାଇଡଲାଇନ୍ ଓ ନ୍ୟୁଟ୍ରିସନକୁ ଗୁରୁତ୍ୱ ଦେଇ ମେନ୍ୟୁ ପ୍ରସ୍ତୁତ ହୋଇଛି। ୧୮ ତାରିଖ ସକାଳ ୮ଟା ୩୦ରେ ଦିଲ୍ଲୀ ଯିବେ ଖେଳାଳି । ଭାରତୀୟ ହକି ଟିମ୍ ବ୍ରୋଞ୍ଜ୍ ବିଜେତା ପୁରୁଷ ଦଳରେ ଓଡ଼ିଶାର ଅମିତ୍ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ରହିଥିବା ବେଳେ, ମହିଳା ଟିମରେ ଦୀପଗ୍ରେସ୍ ଏକ୍କା ଓ ନମିତା ଟପ୍ପୋ ଅଛନ୍ତି।






More Stories
ନିପାକୁ ପାଇଁ ଆତଙ୍କୀତ ହୁଅନ୍ତୁନି…..
ବିଜେଡିରୁ ଗଣେଶ୍ବର ବରାଳ ନିଲମ୍ବିତ…..
ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବଢ଼ିଲା ଇଣ୍ଟରନେଟ୍ କଟକଣା……