ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପେଟ୍ରୋଲ ଓ ଡିଜେଲ୍ ଦ୍ୱାରା ବୃଦ୍ଧିକୁ ନେଇ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ପରିବହନ ଖର୍ଚ୍ଚର ବୃଦ୍ଧି ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ବି ବଢୁଛି। ଅନେକ ସମୟରେ ପେଟ୍ରୋଲ-ଡିଜେଲ୍ ଦର ହ୍ରାସ ପାଇଁ ଅନେକ ସଂଗଠନ ଠାରୁ ଆରମ୍ଭ କରି ବିରୋଧୀ ମଧ୍ୟ ଦାବିକରି ଥକି ଗଲେଣି । ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ-ଡିଜେଲ୍ ଦାମ ଏବେ ଶସ୍ତା ହେବ ନାହିଁ ବୋଲି ଶୁଣାଇ ଦେଇଛନ୍ତି | ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସମୟରେ ତୈଳ ଦର ବୃଦ୍ଧି ପାଇଁ ପୂର୍ବ ସରକାର ଅର୍ଥାତ୍ କଂଗ୍ରେସ କେବଳ ଦାୟୀ ବୋଲି କହିଛନ୍ତି | ତେଲ ବୃଦ୍ଧିର କାରଣ ମଧ୍ୟ ଦର୍ଶାଇଛନ୍ତି। ସେ କହିଛନ୍ତି କି ୟୁପିଏ ସରକାର ପେଟ୍ରୋଲ-ଡିଜେଲ୍ ଦର କମ କରିବା ପାଇଁ ୧.୪୪ ଲକ୍ଷ କୋଟି ଟଙ୍କାର ଓଏଲ ବଣ୍ଡ ଜାରି କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ୟୁପିଏ ସରକାର ଦ୍ଵାରା ଭୁଲ୍ ପ୍ରକ୍ରିୟାରେ ବ୍ୟବହାର କରାଯାଇଥିବା ଓଏଲ ବଣ୍ଡ୍କୁ ଇନ୍ଧନ ଦର ହ୍ରାସ କରିବାରେ ବ୍ୟବହାର କରି ପାରିବେ ନାହିଁ। ନିର୍ମଳା କହିଛନ୍ତି, ୟୁପିଏ ସରକାର ପକ୍ଷରୁ ଜାରି ଓଏଲ ବଣ୍ଡର ବୋଝ ମୋଦୀ ସକରାର ଉପରେ ପଡିଛି। ଏଥିପାଇଁ ଆମେ ପେଟ୍ରୋଲ-ଡିଜେଲ୍ ଦାମ କମ କରି ପାରୁ ନାହୁଁ ବୋଲି ନିର୍ମଳା କହିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି, ଲୋକେ ପେଟ୍ରୋଲ ଓ ଡିଜେଲ୍ର ଦାମ ବୃଦ୍ଧିକୁ ନେଇ ଚିନ୍ତିତ। ଲୋକେ ଚିନ୍ତା କରିବା ମଧ୍ୟ ଯୁକ୍ତିଯୁକ୍ତ। ହେଲେ ଯେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ପରସ୍ପର ଆଲୋଚନା କରି ନାହାନ୍ତି ସେ ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ୍ ଦାମ୍ କରିବା ନେଇ କୌଣସି ସମାଧାନ ବାହାରି ପାରିବ ନାହିଁ। ସେ କହିଛନ୍ତି, ତୈଳ ଦର ଉପରେ ଏକ୍ସାଇଜ ଡ୍ୟୁଟିରେ କୌଣସି ପ୍ରକାର କମ କରାଯାଇ ପାରିବ ନାହିଁ। ଉତ୍ପାଦ ଶୁଳ୍କରେ ଦାମ କମ ନକରାଯିବାର କାରଣ ଦର୍ଶାଇଲେ ନୀର୍ମଳା। ଅର୍ଥ ମନ୍ତ୍ରୀ କହିଛନ୍ତି, ସରକାରୀ ରାଜସ୍ଵରେ ୟୁପିଏ ସରକାରଙ୍କ ପକ୍ଷରୁ ଜାରି ଓଏଲ ବଣ୍ଡରେ ଦିଆଯାଉଥିବା ସୁଧ ସବୁଠୁ ବଡ ବୋଝ। ଏ ପର୍ଯ୍ୟନ୍ତ କେବଳ ଓଏଲ ବଣ୍ଡ ଉପରେ ଗତ ପାଞ୍ଚ ବର୍ଷରେ ୭୦,୧୯୫.୭୨ କୋଟି ଟଙ୍କା ଦିଆଯାଇଛି। ୨୦୨୬ ସୁଦ୍ଧା ଆମକୁ ଏବେ ମଧ୍ୟ ୩୭ ହଜାର କୋଟି ଟଙ୍କା ଦେବା ବାକି ରହିଛି। ସୁଧ ଦେବା ପରେ ମଧ୍ୟ ୧.୩୦ ଲକ୍ଷ କୋଟିରୁ ଅଧିକ ମୂଳଧନ ବକେୟା ବାକି ରହିଛି। ଯଦି ଆମ ଉପରେ ଓଏଲ ବଣ୍ଡର ଭାର ନଥାନ୍ତା ତେବେ ଇନ୍ଧନର ଉତ୍ପାଦ ଶୁଳ୍କ କମ କରାଯାଇ ପାରିଥାନ୍ତା।






More Stories
ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ……
ବଙ୍ଗଳାରେ ପରିବର୍ତ୍ତନର ସମୟ ଆସିଛି…..
ରାୟଗଡା ସିଜିମାଳିକୁ ସଂଯୋଗ ହେବ ରେଳଲାଇନ୍…..