Report Card Odisha

| Daily Odia News

ଅପରାଜିତାଙ୍କୁ ଅଶୋକଙ୍କ ୪ ପ୍ରଶ୍ନ

ଏକାମ୍ରକ୍ଷେତ୍ରର ବାଇ-ଲ ପ୍ରସଙ୍ଗକୁ ନେଇ ପୁଣି ଆରମ୍ଭ ହୋଇଛି କାଦୁଅ ପିଙ୍ଗା । ବାଇ-ଲ ପ୍ରତ୍ୟାହାର କରିବା ଦାବି ବିଭିନ୍ନ ମହଲରୁ ହୋଇଆସୁଛି । ମଙ୍ଗଳାବର ଭୁବନେଶ୍ୱର ସାଂସଦ ଅପରାଜିତା ‌ଷଡ଼ଙ୍ଗୀ କିଛି ସେବାୟତମାନଙ୍କୁ ନେଇ ଏହି ବାଇ-ଲ’ ବାବଦରେ ଆଲୋଚନା କରିଥିଲେ । ଆକ୍ଟ ଓ ବାଇ-ଲ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଥିଲେ । ଏକଥାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡା ସାଂସଦ ଅପରାଜିତା ‌ଷଡ଼ଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ପ୍ରଶ୍ନ କରି କହିଛନ୍ତି ସଂସଦଠୁ ବଳି ବଡ଼ ଫୋରମ ଆଉ କ’ଣ ଅଛି ? ସାଂସଦରେ ନିଜ ଅଞ୍ଚଳର ସମସ୍ୟାକୁ ଉଠାଉଛନ୍ତି କି । ସଂସଦ ଚାଲିବା ବେଳେ ବାଇ-ଲ ପ୍ରସଙ୍ଗ ଉଠାଇବାର ସୁଯୋଗ କିଏ ହାତ ଛଡା କରିବା ଉଚିତ କି ? ମୋ ଦଳ ଏବଂ ତାଙ୍କ ଦଳ ସାଂସଦ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ କିନ୍ତୁ ମୁଁ ଏଠିବି ଦେଖିପାରିଲିନି କିମ୍ବା ସେଠି କୋଉ ଫଟୋରେ ବି ଦେଖିପାରିଲିନି ମୋର ସାଂସଦଙ୍କୁ ?

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ଭେଟିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର ସାଂସଦଙ୍କୁ ଡ଼ାକିବା ପାଇଁ କହିଥିଲେ ଏବଂ ସାଂସଦ ଅନୁଭବ ମହାନ୍ତି ଡାକିବାକୁ ଯାଇଥିଲେ । ସେଠାରେ ଭୁବନେଶ୍ୱର ସାଂସଦ ତାଙ୍କୁ କହିଥିଲେ ମୁଁ ଯାହା କହିବି ପାର୍ଟିରେ କହିବି ସରକାରଙ୍କ ଆଗରେ କହିବି ନାହିଁ । ଏହା ଯଦି ସତ୍ୟ ହୋଇଥାଏ ତେବେ ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କଣ ହୋଇପାରେ । ମନ୍ତ୍ରୀ ଡ଼ାକିବା ପରେ ନ ଯିବା ଗଣତନ୍ତ୍ର ପ୍ରକ୍ରିୟାରେ ଏହା ଏକ ବ୍ୟତିକ୍ରମ । ଏନଏମଏ ପାଇଁ ଭାରପ୍ରାପ୍ତ ଅଧିକାରୀ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ନୁହନ୍ତି । ଆର୍ଟିକିଲ ୨୦-ସି ଅନୁଯାୟୀ ଭାରପ୍ରାପ୍ତ ଅଧିକାରୀ ହେଉଛନ୍ତି ଏଏସଆଇ କଲିକତାର ରିଜିଓନାଲ ଡାଇରେକ୍ଟର । କାହିଁକି ଲୋକପ୍ରତିନିଧି ହୋଇ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଶ୍ନଛଳରେ ମନ୍ତ୍ରୀ ଅଭିଯୋଗ କରିଛନ୍ତି ।

Breaking News