Report Card Odisha

| Daily Odia News

ସ୍ୱାମୀ, ସ୍ତ୍ରୀଙ୍କୁ ଏକାଠି କରିଲା ବିଗ୍‌ବସ୍‌

ମୁମ୍ବାଇ: ବିଗ୍‌ବସ୍‌-୧୪ର ବିଜେତା ହୋଇଥିବା ରୁବିନାଙ୍କ ଖୁସି ନକହିଲେ ସରେ । ପତ୍ନୀ ଟ୍ରଫି ଧରି ଘରକୁ ଫେରିଲା ପରେ ପତିଙ୍କ ଖୁସି ସତେ ଯେମିତି ଆକାଶ ଛୁଇଁଛି । ଏହି ସବୁ ଭିତରୁ ବଡ଼ ଖୁସି ଖବର ହେଉଛି ଏହି ରିୟଲିଟି ଶୋ’ ମାଧ୍ୟମରେ ଉଭୟ ପତି ଅଭିନବ ଓ ପତ୍ନୀ ରୁବିନାଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଛି । ଦୁହେଁ ଭିନ୍ନ ଭିନ୍ନ ତରିକାରେ ନିଜ ନିଜ ପ୍ରେମକୁ ପରସ୍ପର ସାମ୍ନାରେ ପ୍ରକାଶ କରିଛନ୍ତି । ଦୁହେଁ ଦୁହିଁଙ୍କ ପାଇଁ କେତେ ନିବିଡ଼ ସେନେଇ ସମସ୍ତଙ୍କୁ ଅନୁଭବ ବି କରାଉଛନ୍ତି । ଖାଲି ସେତିକି ନୁହେଁ ସାଙ୍ଗ ମାନଙ୍କ ସହ ମିଶି ସ୍ତ୍ରୀଙ୍କ ପାଇଁ ଗୋଟିଏ ସରପ୍ରାଇଜ ପାର୍ଟିର ଆୟୋଜନ ବି କରିଥିଲେ । ରୁବିନା ବିଜେତା ଘୋଷିତ ହୋଇ ଫେରିବା ପରେ ତାଙ୍କ ପରିବାର ଲୋକଙ୍କ ସମେତ କିଛି ବନ୍ଧୁ ଖୁବ୍ ଧୁମଧାମରେ ତାଙ୍କ ସ୍ୱାଗତ କରିଛନ୍ତି । ଯାହାର ଫଟୋ ରୁବିନା ନିଜ ସୋସିଆଲ ମିଡିଆ ଆକାଉନ୍ଟରେ ସେୟାର କରିଛନ୍ତି। ଦୁଇ ପତିପତ୍ନୀ କ୍ୟାମେରା ସାମ୍ନାରେ ବି ରୋମାନ୍ଟିକ ପୋଜ୍ ଦେଇଥିଲେ । ଏହାସହ ପାର୍ଟିର ଆୟୋଜନ ବି ଖୁବ ଆକର୍ଷଣୀୟ ଥିଲା । ସୁନେଲି, ଧଳା ସହ ରୋଜ ଗୋଲ୍ଡ ରଙ୍ଗର ବେଲୁନରେ ସଜା ଯାଇଥିଲା ପାର୍ଟି ରୁମ୍ । ଆଉ ଏହି ବେଲୁନ ଉପରେ ଲେଖାଯାଇଥିଲା ‘ବସ୍ ଏଣ୍ଡ ବସ୍ ଲେଡୀ’ ।

 

Breaking News