ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଜଣା ନମ୍ବରରୁ ଆସୁଥିବା କଲ୍ ନଉଠାଇବା ଲାଗି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଅବାଞ୍ଛିତ କଲ୍ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଅଜଣା ନମ୍ବରରୁ ଆସୁଥିବା କଲ୍କୁ ଲୋକମାନେ ଉଠାଇବା ଅନୁଚିତ। କେବଳ ସେହି କଲ୍ଗୁଡ଼ିକୁ ଉଠାଇବା ଦରକାର ଯାହା ଯେଉଁ ନମ୍ବରଗୁଡ଼ିକ ନିଜ ଫୋନ୍ରେ ସେଭ୍ ହୋଇଛି। ଯଦି କୌଣସି ଅଜଣା ନମ୍ବର ପ୍ରଥମେ ମେସେଜ୍ ପଠାଇ ନିଜର ପରିଚୟ ଦେବେ ଓ ସେହି ପରିଚୟ ଯଦି ସତ ବୋଲି ମନେ ହେବ ତେବେ ସେଭଳି ନମ୍ବରରୁ ଆସିଥିବା କଲ୍କୁ ଲୋକମାନେ ଉଠାଇପାରିବେ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅଜଣା ନମ୍ବର ଜରିଆରେ ଲୋକମାନଙ୍କ ପାଖକୁ ଆସୁଥିବା କଲ୍ ଠକେଇର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଲୋଭନୀୟ ପ୍ରତିଶ୍ରୁତିର ଲୋଭରେ ପଡ଼ି ଲୋକମାନେ ଠକେଇର ଶିକାର ହେଉଛନ୍ତି।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..
ଆଜିଠୁ ବଜେଟ୍ ଅଧିବେଶନର ୨ୟ ପର୍ଯ୍ୟାୟ….