ରିପୋର୍ଟ କାର୍ଡ / ମୟୂରଭଞ୍ଜ
ମଣିଷକୁ ପଶୁ ଇଂଜେକସନ ଦେବା ମାମଲାରେ ଏଏସଆଇ ପବିତ୍ର ମୋହନ ରାଉତ ନିଲମ୍ବିତ ହୋଇଛନ୍ତି | ପଶୁ ଇଂଜେକସନ ଦେଇଥିବା କ୍ୱାକ୍ ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଏକ ଲିଖିତନାମା ରଖି ଛାଡ଼ି ଦେଇଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍ପି। ଏବେ ସମ୍ପୃକ୍ତ କ୍ୱାକ୍ଙ୍କ ପତ୍ତା ମିଳୁ ନ ଥିବା ବେଳେ ନିଲମ୍ବିତ ହେଲେ ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନ ରାଉତ। କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସ୍ପି ରିଷିକେଶ ଡ୍ୟାନଦେଓ ଖିଲାରୀ । ତ ଶନିବାର ବିଶ୍ୱନାଥ ବେହେରା ନାମକ କ୍ୱାକ୍ ମହୁଲଡିହା ଗ୍ରାମକୁ ଯାଇଥିବା ବେଳେ ସେଠାରେ ଅଣ୍ଟା ବିନ୍ଧା ରୋଗୀ ଶ୍ରୀକାନ୍ତ ମହାନ୍ତଙ୍କୁ ଏକାଥରେ ୩ଟି ପଶୁ ଇଞ୍ଜେକସନ ଦେଇଥିଲେ। ଶ୍ରୀକାନ୍ତଙ୍କ ପୁଅ ଇଞ୍ଜେକସନ ଖୋଳ ଦେଖି ତାହା ମଣିଷଙ୍କର ନୁହେଁ, ପଶୁଙ୍କର ବୋଲି ଜାଣିଥିଲେ। ଏହାପରେ ବିଶ୍ୱନାଥଙ୍କୁ ଧରି ମହୁଲଡିହା ଥାନା ଜିମା ଦେଇଥିଲେ। ସେତେବେଳେ କାର୍ଯ୍ୟରତ ଥିବା ASI ପବିତ୍ର ମୋହନ ରାଉତ ଏକ ରାଜିନାମା ଲେଖାଇ କ୍ୱାକଙ୍କୁ ଛାଡି ଦେଇଥିଲେ ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….