ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି। ଏହାଛଡ଼ା ସେ ପୁଲିସ ବିଭାଗର ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବି ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବିଗୁଡ଼ିକର ପୁନଃ-ବଣ୍ଟନ ଦ୍ବାରା ସୃଷ୍ଟି କରାଯାଇଛି। ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବି ସୃଷ୍ଟି ହୋଇଛି। ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏ ସବ୍ଇନିସ୍ପେକ୍ଟର ଓ ୬ ଜଣ ଲେଖାଏ କନେଷ୍ଟବଳ ନିୟୋଜିତ ହେବେ। ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ଅନୁସନ୍ଧାନ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ। ଏହାଦ୍ବାରା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଅଧିକ ଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନୂତନ ପଦବିଗୁଡ଼ିକ ରାଜ୍ୟ ସରକାରଙ୍କ ଓଆଭି ଆକ୍ଟ ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।
More Stories
ଆଜି କାଳବୈଶାଖୀ.…
ସାଙ୍ଗର ଠେଙ୍ଗା ମାଡରେ ସାଙ୍ଗର ମୃତ୍ୟୁ……
ସାଢେ ୧୧ ଟା ଯାଏଁ ଗୃହ ମୁଲତବୀ……