Report Card Odisha

| Daily Odia News

ଓଡ଼ିଶାରେ ହେବ ଏସୀୟ ଇନ୍‌ଡୋର ଆଥଲେଟିକ୍ସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ ଏସୀୟ ଆଥଲେଟିକ୍ସ କାଉନ୍ସିଲ ବୈଠକରେ, ‘୨୦୨୭ ଏସୀୟ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍’ର ଆୟୋଜନ ଦାୟିତ୍ୱ ଓଡ଼ିଶାକୁ ମିଳିଛି। ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବ ଓ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି । ବିଶ୍ୱ ଆଥଲେଟିକ୍ସ ଇନ୍‌ଡୋର ଚାମ୍ପିଅନସିପ୍ ୨୦୨୮ ପୂର୍ବରୁ ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ‘ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିଅନସିପ୍ ୨୦୨୮’ ପୂର୍ବରୁ ଏହି ଏସୀୟ ପ୍ରତିଯୋଗିତାର ଆୟୋଜନ ଆମ କ୍ରୀଡ଼ା ସଫଳତାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଏହି ଗୌରବମୟ ସଫଳତା ଆମ ଅସ୍ମିତା ଓ ସ୍ୱାଭିମାନକୁ ଆହୁରି ସୁଦୃଢ଼ କରିବା ସହ ଆମର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶ୍ୱ ସ୍ତରରେ ନୂଆ ପରିଚୟ ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Breaking News