Report Card Odisha

| Daily Odia News

ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲାଗିଲା ରୋକ୍‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଗାମୀ ଜୁଲାଇ ୧ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସଆଇଆର ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଜୁଲାଇ ୦୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ଜୁଲାଇ ୧ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ। ଏସଆଇଆର ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ଉପରେ ଲଗାଇଲେ ରୋକ୍‌ । ନିୟୋଜିତ ଇଆରଓ, ଜିଲ୍ଲାପାଳ, ଇଆରଓ, ଏଇଆରଓ, ବିଏଲଓଙ୍କ ବଦଳି ଉପରେ ରୋକ୍‌। ଭାରତୀୟ ନିର୍ବାଚନ କମିଶନଙ୍କ ପୂର୍ବ ଅନୁମତି ବିନା କୌଣସି ଅଧିକାରୀଙ୍କ ବଦଳି କରାଯିବ ନାହିଁ।ଖାଲି ପଦ ତୁରନ୍ତ ପୂରଣ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ନିର୍ଦ୍ଦେଶ । ଇଆରଓ, ଏଇଆରଓ, ବିଏଲଓ, ସୁପରଭାଇଜର୍‌ ଓ ବିଏଲଓ ପଦବୀ ଖାଲି ରଖାଯିବନି।ଜଣେ ଅଧିକାରୀଙ୍କୁ ଏକାଧିକ ଇଆରଓ କିମ୍ବା ଏଇଆରଓ ଦାୟିତ୍ୱ ନ ଦେବାକୁ ନିର୍ଦ୍ଦେଶ।ଏସଆଇଆର ପ୍ରକ୍ରିୟାକୁ ସୁଚାରୁ ଓ ସମୟସୀମା ମଧ୍ୟରେ ସାରିବାକୁ କଡ଼ା ପଦକ୍ଷେପ। ଜୁଲାଇ ୦୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବ। ପରେ ୩୦ ତାରିଖରୁ ରୁ ଜୁନ ଶେଷ ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ। ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ହେବ। ପରେ ଜୁଲାଇ ୦୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟହୋଇଥିବାବେଳେ ଜୁଲାଇ ୫ରୁ ସେପ୍ଟେମ୍ବର ୨ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ହେବ। ସେପ୍ଟେମ୍ବର ୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

Breaking News