ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅବସରପ୍ରାପ୍ତ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ୪୩୦ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ଭୁବନେଶ୍ୱରର ସ୍ପେଶାଲ କୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ଚର୍ଜଶିଟ୍ ଦାଖଲ କରାଯାଇଥିଲା। ଏହି ମାମଲାରେ ୨୪.୦୭ ୨୦୧୯ରେ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦାଶରଥୀ ତ୍ରିପାଠୀ। ଏହା ପୂର୍ବରୁ ମେ’୧୮ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମାଳଗାଁ ୟୁପି ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ (ଅବସରପ୍ରାପ୍ତ) ପ୍ରକାଶଚନ୍ଦ୍ର ପଟ୍ଟନାୟକଙ୍କୁ ଏକ କୋର୍ଟ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜୋରିମାନା କରିଥିଲେ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..