ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ସମୟରେ ଏଟିଏମରେ କ୍ୟାସ୍ ନଥାଏ | ଯାହାକି ଲୋକଙ୍କୁ ହଇରାଣ ହେବାକୁ ପଡିଥାଏ। ଏହି ଦିଗରେ ବଡ ପଦକ୍ଷେପ ନେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)। ଏଟିଏମସରେ କ୍ୟାସ୍ ନଥିଲେ ଏବେ ଜରିମାନା ଗଣିବେ ବ୍ୟାଙ୍କ। ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ। ଏହି ବ୍ୟବସ୍ଥା ୨୦୨୧ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଏଟିଏମରେ ସମୟ ସମୟରେ ଟଙ୍କା ଭର୍ତ୍ତି ନକଲେ ସମ୍ବନ୍ଧିତ ବ୍ୟାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଯିବ। ଆରବିଆଇ କୌଣସି ମାସରେ ଏଟିଏମରେ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କ୍ୟାସ୍ ନରହିଲେ ଉକ୍ତ ବ୍ୟାଙ୍କ ଉପରେ ଏହି ଜରିମାନା ଲଗାଇବ। ଏହି ବ୍ୟବସ୍ଥା ୨୦୨୧ ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। କେନ୍ଦ୍ରୀୟ ବ୍ୟାଙ୍କ ନିଜ ସର୍କୁଲାରରେ କହିଛି ଯେ, ଏଟିଏମରେ ନଗଦ ଟଙ୍କା ନରଖିବା ଉପରେ ଜରିମାନା ଲଗାଇବାର ବ୍ୟବସ୍ଥା କରାଯାଇଛି। ଏହାର ଉଦ୍ଦେଶ୍ୟ ଏହା ସୁନିଶ୍ଚିତ କରାଯିବ ଯେ, ଲୋକଙ୍କ ପାଇଁ ଏଟିଏମରେ ଆବଶ୍ୟକ ମୁତାବକ କ୍ୟାସ୍ ରହୁ। ରିଜର୍ଭ ବ୍ୟାଙ୍କ ଉପରେ ନୋଟ୍ ଜାରି କରିବାର ଦାୟିତ୍ଵ ମିଳିଛି। ଅନ୍ୟପଟେ ବ୍ୟାଙ୍କ ନିଜର ଶାଖା ଓ ଏଟିଏମର ବ୍ୟାପକ ନେଟଓ୍ଵର୍କ ଜରିଆରେ ଜନତାଙ୍କୁ ଟଙ୍କା ଉପଲବ୍ଧ କରାଇବାର ଦାୟିତ୍ଵ ନିର୍ବାହ କରୁଛି। ଆରବିଆଇ କହିଛି, ଏଥିପାଇଁ ଏହି ନିର୍ଣ୍ଣୟ ନିଆଯାଇଛି ଯେ, ବ୍ୟାଙ୍କର ଏଟିଏମ ପରିଚାଳକ ଏଟିଏମରେ ନଗଦ ଉପଲବ୍ଧତା ନେଇ ନିଜର ପ୍ରକ୍ରିୟା ମଜବୁତ କରିବେ। ଏହା ସୁନିଶ୍ଚିତ କରିବେ ଯେ, ମେସିନରେ ଠିକ୍ ସମୟରେ ଟଙ୍କା ଭର୍ତ୍ତି କରାଯାଉଛି, ଯଦ୍ଵାରା ଲୋକଙ୍କ କୌଣସି ସମସ୍ୟା ନହୁଏ। ଆରବିଆଇ କହିଛି, ଏହି ନିୟମ ପାଳନ ନକଲେ ଗମ୍ଭୀରତାର ସହ ନିଆଯିବ। ଏଟିଏମରେ ଟଙ୍କା ଠିକ୍ ସମୟରେ ଭର୍ତ୍ତି କରାନଗଲେ ବ୍ୟାଙ୍କ ଉପରେ ଜରିମାନା ଲଗାଯିବ। ଏହି ଯୋଜନା ୨୦୨୧ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। କୌଣସି ଏଟିଏମରେ ଯଦି ମାସକୁ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନଗଦ ରାଶି ନଥାଏ ତେବେ ପ୍ରତି ଏଟିଏମ ୧୦ ହଜାର ଟଙ୍କା ଜରିମାନା ଲଗାଯିବ।
Discussion about this post