ରିପୋର୍ଟ କାର୍ଡ / ଗଞ୍ଜାମ
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ପୁଅ ଓ ମା ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଛି l ଆକ୍ରମଣରେ ପୁଅ ଗୁରୁତର ହୋଇଥିବା ବେଳେ ମା ଆହାତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ଗ୍ରାମ ପଞ୍ଚାୟତ ର ମହାରାଜପୁର ଗ୍ରାମର ସୁନ୍ଦରୀ ବେହେରା ଏବଂ ତାଙ୍କ ପୁଅ ୪୫ ବର୍ଷୀୟ ବଳରାମ ବେହେରା ଙ୍କୁ ଶନିବାର ସନ୍ଧ୍ୟାରେ କିଛି ବ୍ୟକ୍ତି ଘରେ ପଶି ଠେଙ୍ଗା ଓ କତି ରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ l ଉଭୟଙ୍କୁ ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ରାଜନୀତି କୁ କେନ୍ଦ୍ରକରି ହିଂସା ହୋଇଥିବା ଆକଳନ କରାଯାଉଛି l






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..