Report Card Odisha

| Daily Odia News

ସୁମୀରେ ବୋମା ବିସ୍ଫୋରଣ: ୧୮ ଜଣଙ୍କ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌-ଋଷର ଯୁଦ୍ଧକୁ ୧୩ ଦିନ ପୁରିଛି । ଶକ୍ତିଶାଳୀ ବିସ୍ଫୋରକ ମାଡରେ ନଷ୍ଟ ହେବାକୁ ବସିଛି ୟୁକ୍ରେନ୍‌ ।ବନ ବଞ୍ଚାଇବାକୁ ପଡୋଶୀ ଦେଶର ଆଶ୍ରୟ ନେଇଛନ୍ତି । ଋଷର ଆକ୍ରମଣରେ ଛାର୍‌ଖାର୍‌ ହୋଇଗଲାଣି ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ଖାରକିଭ୍, ସୁମୀ, ମାରିୟୁପୋଲ୍‌ ଏବଂ ଓଡେଶା । ଏହି ସବୁ ସହରରେ ରହୁଥିବା ଲୋକେ ଭୟରେ ଅନ୍ୟ ଦେଶକୁ ଚାଲିଯାଇଥିବା ବେଳେ ଏବେ ମଧ୍ୟ ସେଠାରେ କିଛି ଲୋକ ଫସିରହିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ୟୁକ୍ରେନ୍‌ର ସୁମୀରେ ବର୍ତ୍ତମାନ ମଧ୍ୟ ପ୍ରାୟ ୭୦୦ ଭାରତୀୟ ଫସିରହିଛନ୍ତି । ତେବେ ସେଠାରେ ମଙ୍ଗଳବାର ଭୟଙ୍କର ବିସ୍ଫୋରଣ କରିଛି ଋଷ ସେନା । ୟୁକ୍ରେନ୍‌ର ଦାବି ମୁତାବକ, ସୁମୀରେ ୫୦୦ କିଲୋ ଓଜନର ଏକ ବୋମା ଫିଙ୍ଗିଛି ଋଷ । ଯେଉଁଥିରେ ୨ ଜଣ ଶିଶୁଙ୍କ ସମେତ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଶହ ଶହ ସଂଖ୍ୟାରେ ଆହତ ମଧ୍ୟ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ସୁମୀରେ ୭ଶହ ଭାରତୀୟ ରହିଛନ୍ତି । ସୁମୀରେ ଫସିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ଭୟଙ୍କର ବିସ୍ଫୋରଣରେ ସୁମୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରପତି ଭୋଲିମିଡିର୍ ଜେଲେଂସ୍କିଙ୍କ ଉପରେ ମଧ୍ୟ ଚାପ ବଢିବାରେ ଲାଗିଛି । ଗତ ୧୩ ଦିନ ହେଲା ୟୁକ୍ରେନ୍‌ରେ ତାଣ୍ଡବ ଲୀଳା ଚଳାଇଛି ଋଷ ସେନା । ଶାନ୍ତି ପ୍ରତିଷ୍ଠା ପାଇଁ ବିଭିନ୍ନ ଦେଶ ଉଦ୍ୟମ କରୁଥିଲେ ସୁଦ୍ଧା ଯୁଦ୍ଧ ବନ୍ଦ ହେଉନି ।

Breaking News