ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର କରୋନା ସଂକ୍ରମଣ ଏବଂ କରୋନା ଜନିତ ମୃତ୍ୟୁକୁ ନେଇ ପ୍ରତିକ୍ରୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି | କହିଛନ୍ତି ଆଉ ୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ଏବେ କରୋନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି । ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ । ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି । ତେଣୁ କଟକଣା ଆଉ କିଛି ରଖିବା ଦରକାର । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଲାଇନ ଅନୁପାଳନ, ସଂକ୍ରମଣ ହାର, କେସ୍ ଲୋଡ଼, ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ସେହିପରି ଛୋଟ ଛୁଆ ମାନଙ୍କୁ ଟୀକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କର ଦଳୀୟ ବୈଠକରେ କହିଛନ୍ତି । ମାତ୍ର ସରକାରୀ ସ୍ତରରେ ଅନୁମୋଦନ ମିଳିନି । ଗାଇଡ ଲାଇନ ଆସିବା ପରେ ଟୀକା କରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ।
More Stories
ଓଟିଇଟି ରେଜଲ୍ଟ ପ୍ରକାଶ….
ରାଜ୍ୟରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ…..
ଆସନ୍ତାକାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ନିର୍ବାଚନ ଫଳ…..