ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ କରୋନା ସଂକ୍ରମଣ ବଢି ବଢି ଚାଲିଛି | ସଂକ୍ରମଣ କୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ଦେଶ ଭାରତରୁ ବିମାନସେବାକୁ ବନ୍ଦ କରୁଛନ୍ତି । ଆଜି ଅଷ୍ଟ୍ରେଲିଆ ସରକାର ଭାରତରୁ ବିମାନସେବାକୁ ବାତିଲ କରିଛି । ମେ ୧୫ ତାରିଖ ଯାଏ ଭାରତରୁ ସିଧାସଳଖ କୌଣସି ଯାତ୍ରୀବାହୀ ବିମାନ ଉଡ଼ାଣ କରିପାରିବ ନାହିଁ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଏହି ନିଷେଧାଦେଶ ଜାରି କରିଛନ୍ତି । ଭାରତରେ ସଂକ୍ରମଣ ବଢୁଥିବାରୁ ସାୟମିକ ସମୟ ପାଇଁ ଏହି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍, ହଂକଂ, କାନାଡ଼ା ଓ ସିଙ୍ଗାପୁର ଭାରତରୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..