Report Card Odisha

| Daily Odia News

ବାଦୁଡ଼ି ଦେହରୁ ନୂଆ ପ୍ରଜାତିର କରୋନାଭୂତାଣୁ ଠାବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାରା ବିଶ୍ବ କରୋନା ଭାଇରସ ସହିତ ଲଢେଇ କରୁଥିବା ବେଳେ ଏବେ ନୂଆ ପ୍ରଜାତିର କରୋନାଭୂତାଣୁ ଠାବ ହୋଇଛି | ଚୀନ୍‌ ବୈଜ୍ଞାନିକମାନେ ବାଦୁଡ଼ି ଦେହରେ କେତେକ ନୂଆ କରୋନାଭୂତାଣୁ ଠାବ କରିଥିବା ନେଇ ଦାବି କରିଛନ୍ତି। ପୂର୍ବରୁ ଯେଉଁ ପ୍ରଜାତିର ବାଦୁଡ଼ିମାନଙ୍କଠାରୁ କୋଭିଡ୍‌-୧୯ ଭାଇରସ୍‌ ବ୍ୟାପିଥିବା କୁହାଯାଇଥିଲା, ଏହି ନୂଆ ଭାଇରସ୍‌ରେ ସେହି ଶ୍ରେଣୀର ବାଦୁଡ଼ି ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସିଏନ୍‌ଏନ୍‌ ରିପୋର୍ଟରୁ ସୂଚନା ମିଳିଛି। ଦକ୍ଷିଣ ପଶ୍ଚିମ ଚୀନ୍‌ରେ ଗବେଷକମାନେ ଏହି ନୂଆ ଭୂତାଣୁ ଠାବ କରିବା ସହ ଏହି ଭୂତାଣୁ କିଭଳି ମନୁଷ୍ୟକୁ ସଂକ୍ରମିତ କରିବାକୁ ସକ୍ଷମ ସେ ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ପୂର୍ବରୁ ଏଭଳି ଭାଇରସ୍‌କୁ ନେଇ ଉହାନ୍‌ ଲ୍ୟାବ୍‌ରେ ଗବେଷଣା ଚାଲିଥିବା ବେଳେ ସେଠାରୁ ତାହା ଲିକ୍‌ ହୋଇ ସାରା ବିଶ୍ବରେ ଅକଳ୍ପନୀୟ କ୍ଷତି ସୃଷ୍ଟି କରିଥିବା ନେଉଏ ସୂଚନା ମିଳିଛି ।

Breaking News