Report Card Odisha

| Daily Odia News

୧୯୨୯କୁ ଫୋନ୍ କଲେ ଘରେ ମିଳିବ ଟିକାକରଣ ଓ ଟେଷ୍ଟିଂର ସୁବିଧା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ | ସେଥି ପାଇଁ ଆଜିଠୁ ୧୯୨୯କୁ ଫୋନ୍ କଲେ ବରିଷ୍ଠ ନାଗରିକଙ୍କୁ ଘରେ ଟିକାକରଣ ଓ ଟେଷ୍ଟିଂର ସୁବିଧା ମିଳିପାରିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ବରିଷ୍ଠ ନାଗରିକଙ୍କୁ ଘରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିଆଯାଇ ଟିକା ଦାନ ପରେ ପୁଣି ଘରେ ଛାଡ଼ି ଦିଆଯିବ। ସେହିପରି ୧୯୨୯କୁ ଫୋନ୍ କଲେ ଏକୁଟିଆ ରହୁଥିବା କିମ୍ବା ବାହାରକୁ ଆସିପାରୁନଥିବା ବରିଷ୍ଠ ନାଗରିକମାନଙ୍କର କରୋନା ଟେଷ୍ଟିଂ ମଧ୍ୟ ଘରେ ହୋଇପାରିବ । ସେହିପରି ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହେଉଛି ଭ୍ୟାକସିନେସ୍ ଆଟ୍ ଡୋର୍ ବ୍ୟବସ୍ଥା ଆରମ୍ଭ ହୋଇଛି। ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ଏହା ଉପଲବ୍ଧ ରହିବ। ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦-୯୯୩୨୪ ନମ୍ବରକୁ ଫୋନ୍ କରି ବୁକିଂ କରିହେବ। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍ ପହଞ୍ଚିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କୁହାଯାଇଛି । ବୁକିଂ ପାଇଁ ନିଜ ନାଁ , ଘର ଠିକଣା , ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପରଦିନ ଘର ପାଖକୁ ଯାଇ ଟିକା ଭ୍ୟାନ୍ ପହଞ୍ଚିବ। ପ୍ରତିଦିନ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରଖାଯାଇଛି।

Breaking News