ରିପୋର୍ଟ କାର୍ଡ / ଗୁଜୁରାଟ
ଗୋଟିଏ ପଟେ ବାତ୍ୟା ତଉକତେ ଭୟଙ୍କର ରୂପ ଧାରଣ କରି ମାଢି ଆସୁଥିବା ବେଳେ ଅନ୍ୟପଟେ ଭୂକମ୍ପ ରେ ଥରିଲା ଗୁଜୁରାଟ । ଆଜି ଦକ୍ଷିଣ ଗୁଜରାଟର ରାଜକୋଟରେ ପ୍ରାୟ ଅତି ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ସେପଟ ବାତ୍ୟା ‘ତଉକାତେ’ ଏବେ ଗୁଜରାଟବାସୀଙ୍କ ଆଖିରୁ ନିଦ ହଜାଇଦେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ଆସତ୍କାଲି ଅର୍ଥା ୧୮ ମେରେ ଗୁଜରାଟ ମହୁବା ଏବଂ କେନ୍ଦ୍ର ଶାସିତ ଅଂଚଳ ଡାମନ ଡିଉ ମଧ୍ୟରେ ଅତିକ୍ରମ କରିବ ।






More Stories
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..