ରିପୋର୍ଟ କାର୍ଡ / ଗୁଜୁରାଟ
ଗୋଟିଏ ପଟେ ବାତ୍ୟା ତଉକତେ ଭୟଙ୍କର ରୂପ ଧାରଣ କରି ମାଢି ଆସୁଥିବା ବେଳେ ଅନ୍ୟପଟେ ଭୂକମ୍ପ ରେ ଥରିଲା ଗୁଜୁରାଟ । ଆଜି ଦକ୍ଷିଣ ଗୁଜରାଟର ରାଜକୋଟରେ ପ୍ରାୟ ଅତି ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଛି । ସେପଟ ବାତ୍ୟା ‘ତଉକାତେ’ ଏବେ ଗୁଜରାଟବାସୀଙ୍କ ଆଖିରୁ ନିଦ ହଜାଇଦେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାତ୍ୟା ଆସତ୍କାଲି ଅର୍ଥା ୧୮ ମେରେ ଗୁଜରାଟ ମହୁବା ଏବଂ କେନ୍ଦ୍ର ଶାସିତ ଅଂଚଳ ଡାମନ ଡିଉ ମଧ୍ୟରେ ଅତିକ୍ରମ କରିବ ।
More Stories
ଝଡ଼ବର୍ଷା ନେଲା ୩୦ ଜୀବନ…..
ଯଦି ତୁମେ ଆମ ପାଣି ବନ୍ଦ୍ କର,ଆମେ ନିଶ୍ୱାସ ବନ୍ଦ କରିଦେବୁ…..
ଇସ୍ତଫା ଦେବେ ମହମ୍ମଦ ୟୁନୁସ୍ !…..