Report Card Odisha

| Daily Odia News

ଆଇ.ଆଇ.ପି.ଏ ଆନୁକୁଲ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ସଂସ୍କାର ଉପରେ ଆଲୋଚନା ଚକ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କରୋନା ମହାମାରୀ ମଧ୍ୟରେ ସାମାଜିକ ଦାୟିତ୍ବ ବୋଧ କ୍ଷେତ୍ରରେ ଏକ ନିଆରା ପ୍ରୟାସ ଜାରି ରହିଥିବା ଭାରତୀୟ ଲୋକ ପ୍ରଶାସନ (ଆଇ.ଆଇ.ପି.ଏ), ଓଡିଶା ଶାଖା ଆନୁକୁଲ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଉପରେ ଏକ ଆଲୋଚନା ଚକ୍ର ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି | ଉତ୍କଳ ବିଶ୍ୱବିଦ୍ୟାଳୟର ପି.ଜି. କାଉନସେଲର ସମ୍ମେଳନ କକ୍ଷରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଦୈତ୍ୟନଗରୀର ପୂର୍ବତନ ପୋଲିସ କମିଶନର ତଥା ପୋଲିସ ହାଉସିଂ କର୍ପୋରେସନର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ଼ଃ.ସୁଧାଂଶୁ ଷଢଙ୍ଗୀ, ଆ.ପି.ଏସ. ଅଧିକାରୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଥିବା ନୀତିଗତ ଧାରଣାକୁ ପରିବର୍ତ୍ତନ କରି ଗଠନ ମୂଳକ ତଥା ମାନବିକତା ବୋଧ ଉପରେ ସଂସ୍କାର ଅଣାଯିବା ସହ ମାନବିକ ଅଧିକାରକୁ ସବୁ ସମୟରେ ଗୁରୁତ୍ୱ ଦିଆଯିବ ଉପରେ ମତ ରଖିଥିଲେ | ଏହି କ୍ଷେତ୍ରରେ ଅପରାଧି ତଥା ଏହାର ନ୍ୟାୟିକ ବ୍ୟବସ୍ଥାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷ ମାନବିକତା ମୂଲ୍ୟବୋଧଉପରେ ଗୁରୁତ୍ୱ ଦେଇ ନ୍ୟାୟ ପ୍ରଦାନ କରିବା ଉପରେ ମତ ରଖିଥିଲେ | ପ୍ରାରମ୍ଭରେ ଅନୁଷ୍ଠାନର ଅଧକ୍ଷ ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଶରତ ଚନ୍ଦ୍ର ମିଶ୍ର ବିଷୟ ବସ୍ତୁ ଉପରେ ସମ୍ୟକ ଧାରଣା ଦେବା ସହ ଏହି ବ୍ୟବସ୍ଥାର ୪ସ୍ତମ୍ଭ ପୋଲିସ, ଜେଲ, ନ୍ୟାୟିକ ବ୍ୟବସ୍ଥା ତଥା ଆଇନ ସହାୟତା କ୍ଷେତ୍ରରେ ମିଳିତ ସହଯୋଗ ତଥା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ | ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ମୁଖ୍ୟ ବକ୍ତା ଡ଼ଃ ସୁଧାଂଶୁ ଷଢଙ୍ଗୀ ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ସଂସ୍ଥାର ସାଧାରଣ ସମ୍ପାଦକ ଅଶୋକ ମହାପାତ୍ର ଅତିଥି ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ପବ୍ଲିକ ଆଡମିନିଷ୍ଟ୍ରେସନ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ଵର୍ଣ୍ଣମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ. ଅରୁଣ ରଥ, ଡ଼ଃ. ଚିତ୍ରା କାନୁନଗୋ, ଡି.ପ୍ରଧାନ, ଡ଼ଃ ଯୁଗଳ ମିଶ୍ର ଏବଂ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ |

Breaking News