ରିପୋର୍ଟ କାର୍ଡ /ଭୁବନେଶ୍ୱର
ଆଜି ରାଜ୍ୟରେ ୫୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି | କ୍ୱାରେଣ୍ଟାଇନରୁ ୩୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୪୬ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ୮୪, କଳାହାଣ୍ଡି ୬୪, ଝାରସୁଗୁଡା ୩୧, କଟକ ୩୦, ନୂଆପଡା ୨୯, ସମ୍ବଲପୁର ୨୮, ଗଂଜାମ ୨୭, ପୁରୀ ୨୪, ଟେଷ୍ଟ ପୁଲ ୨୩, ବରଗଡ଼ ୨୧, ଯାଜପୁର ୧୫, ବାଲେଶ୍ୱର ୧୩, ବଲାଙ୍ଗୀର ଓ ସୁବର୍ଣ୍ଣ ପୁତ୍ର ଜିଲ୍ଲାରୁ ୧୧ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋ଼ଟ୍ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୧୫୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୭୩୧ଟି କରୋନା ଆକ୍ଟିଭ୍ କେସ୍ ରହିଛି । କରୋନାରେ ପ୍ରାଣ ହରାଇଛନ୍ତି ୧୯ଶହ ୨୨ ଜଣ ।
More Stories
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..
ରାସନ କାର୍ଡ ନେଇଥିବା ଆୟକରଦାତାଙ୍କୁ ବାଦ୍ ଦିଆଯିବ…….
ମୃତକଙ୍କ ଲାଗି କ୍ଷତିପୂରଣ ଘୋଷଣା କଲା କମ୍ପାନୀ…..