Report Card Odisha

| Daily Odia News

ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ଦିଦି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାକୁ ଟାର୍ଗେଟ୍‌ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟ୍ବିଟ କରି ଧର୍ମେନ୍ଦ୍ର କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି | ନିର୍ବାଚନ ପରେ ରାଜନୈତିକ ହିଂସା ତୀବ୍ର ହେବାରେ ଲାଗିଛି ଏବଂ କରୋନା ମହାମାରୀ ଯୋଗୁଁ ବାପା-ମାଙ୍କୁ ହରାଇଥିବା ପିଲାମାନଙ୍କ ସୁରକ୍ଷା ଅଧିକାର ଉପରେ ଆଞ୍ଚ ଆସୁଛି | କିନ୍ତୁ ପଶ୍ଚିମବଙ୍ଗ ସରକାର ଉପାୟ ଶୂନ୍ୟ ହେଲା ପରି ଲାଗୁଛି ଏବଂ ଦିଦି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଟିଏମସି ର ବିଫଳତାକୁ ସାମ୍ନାକୁ ଆଣିନାହାନ୍ତି ବରଂ ମମତା ବାନାର୍ଜୀ କିଭଳି ଭାବେ ଲୋକମାନଙ୍କ ସ୍ବାର୍ଥ ସହ ଖେଳୁଛନ୍ତି ଏବଂ ସେମାନଙ୍କୁ ଅନ୍ଧାର ମଧ୍ୟକୁ ଠେଲୁଛନ୍ତି ତାହା ମଧ୍ୟ ଟ୍ବିଟରେ ଲେଖିଛନ୍ତି । ଏହି ବିବାଦ ଏବେ ନୁହେଁ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳ ମଧ୍ୟରେ ଲାଗିରହିଛି । ଉଲ୍ଲେଖଯୋଗ୍ୟ- ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ମମତା ବାନାର୍ଜୀଙ୍କ ଉପରେ ଖୁବ ବର୍ଷିଥିଲେ । ପଶ୍ଚିମବଙ୍ଗରେ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ପିତା -ମାତାଙ୍କ ଅନାଥ ଶିଶୁମାନଙ୍କୁ ମୌଳିକ ସୁବିଧା ଟିକେ ଯୋଗାଇ ଦେବାରେ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି ଡଃ. ହର୍ଷବର୍ଦ୍ଧନ କହିଛନ୍ତି । ପରିସ୍ଥିତି ଏପରି ଯେ, ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଦିଦି ମାନୁନାହାନ୍ତି । ରାଜ୍ୟରେ କୋଭିଡ ଯୋଗୁଁ କେତେ ସଂଖ୍ୟକ ଶିଶୁ ଅନାଥ ହୋଇଛନ୍ତି ତାହାର ଏକ ତାଲିକା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ମମତା ଖାତିର କରିନଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

Breaking News