Report Card Odisha

| Daily Odia News

ପ୍ରିୟଙ୍କାଙ୍କୁ ସ୍ପେଶାଲ୍‌ ଗିଫ୍ଟ ଦେଲେ ନିକ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍ନୁହଁ ହଲିଉଡ୍ ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି। ପ୍ରିୟଙ୍କା ଅଭିନୟ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ୍ ରୁହନ୍ତି । ତାଙ୍କ କାମକୁ ନେଇ ସେ ତାଙ୍କ ଆକାଉଣ୍ଟରେ କିଛି ନା କିଛି ପୋଷ୍ଟ କରୁଥାନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଇଟଡେଲ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ସେଲଫି ନେଇଛନ୍ତି, ଏବଂ ସ୍ବାମୀଙ୍କୁ ପ୍ରଶଂସା କରିଛନ୍ତି । ନିକଟରେ ପ୍ରିୟଙ୍କା ଏକ କୁଲ୍‌ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଏକ ଗାଡିରେ ବସିଥିବାର ନଜର ଆସିଛନ୍ତି। ସ୍ବାମୀ ନିକ୍ ଜୋନାସ ଓ ତାଙ୍କ ପ୍ରଶଂସକଙ୍କୁ ଦିଆଯାଇଥିବା ବିଶେଷ ଉପହାରକୁ ଦେଖାଇଛନ୍ତି। ଯାହାକୁ ପାଇବା ପରେ ସେ ବହୁତ ଖୁସି ଅଛନ୍ତି । ଫଟୋ ସହ କ୍ୟାପସନରେ ଲେଖିଛନ୍ତି-‘ଏବେ ଏହାକୁ କୁହାଯାଏ ନା ରାଇଡ୍‌ । ଧନ୍ୟବାଦ ନିକ୍ ଜୋନସ୍‌ ମୋତେ ସବୁବେଳେ ସାହାଯ୍ୟ କରିଥିବାରୁ । ତମେ ସବୁଠାରୁ ବେଷ୍ଟ ସ୍ୱାମୀ। ପ୍ରିୟଙ୍କା ସେଟକୁ ଯିବା ପାଇଁ ନିକ୍‌ ତାଙ୍କୁ ଏହି କାର୍ ଉପହାର ଦେଇଛନ୍ତି । କାହିଁକି ନା ପ୍ରିୟଙ୍କାଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେ ନିଜେ ମଧ୍ୟ ଏହି କୁଲ୍‌ କାରରେ ବସିକି ଯାଇପାରିବେ। କହିବାକୁ ଗଲେ କହିବା ଯେ ସିଟାଡେଲ ହେଉଛି ଆମାଜନ ପ୍ରାଇମର ସିରିଜ୍‌ । ପ୍ରିୟଙ୍କା ଦୀର୍ଘ ସମୟ ଧରି ଏହାର ସୁଟିଂ କରୁଛନ୍ତି। ଅନ୍ୟପଟେ ପ୍ରିୟଙ୍କା ବଲିଉଡ ପ୍ରୋଜେକ୍ଟ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ନଜର ଆସିବେ।

Breaking News