ରିପୋର୍ଟ କାର୍ଡ / କୋଲକାତା
ଭବାନୀପୁରରେ ଚାଲିଛି ନିର୍ବାଚନୀ ମହାକୁଂଭ। ଭବାନୀପୁରରେ ମମତା -ପ୍ରିୟଙ୍କା ଙ୍କ ମଧ୍ୟରେ ଚହଲିଛି କଡା ଟକ୍କର | କାହାଉପରେ ରହିଛି ଭବାନୀପୁର ବାସୀଙ୍କ ଆର୍ଶୀବାଦ | ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ପାଇଁ ୨୮୭ ବୁଥ୍ ରେ ଭୋଟିଂ ପ୍ରକ୍ରିୟା ଜାରିରହିଛି ।ଆଜି ମମତା ବାନାର୍ଜୀଙ୍କ ଭାଗ୍ୟପରୀକ୍ଷା | କାରଣ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଙ୍କ ଠାରୁ ମମତା ହାରିଯାଇଥିଲେ । ସବୁଠି କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । ସକାଳ ୭ ଟାରୁ ସଂଧ୍ୟା ୬ ଯାଏ ମତଦାନ ଚାଲିବ । ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରିୟଙ୍କା ଟେବରୱାଲ । ସେ ୨୦୧୪ ମସିହାରେ ବିଜେପିରେ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ବାବୁଲ ସୁପ୍ରିଓଙ୍କ ଆଇନ ପରାମର୍ଶଦାତ୍ରୀ ଥିଲେ। ବାବୁଲ ହିଁ ତାଙ୍କୁ ବିଜେପିରେ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ତାଙ୍କ ସୁପାରିଶରେ ୨୦୧୫ କୋଲକାତା ପାଳିକା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ ହୋଇଥିଲେ। ତେବେ ୱାର୍ଡନମ୍ବର ୫୮ରେ ସେ ତୃଣମୂଳ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ହାରି ଯାଇଥିଲେ। ୧୯୮୧ ମସିହା ଜୁଲାଇ ୭ରେ ଜନ୍ମିତା ପ୍ରିୟଙ୍କା ସ୍କୁଲ ଶିକ୍ଷା କୋଲକାତାର ଗଲସ୍ମିଥ ସ୍କୁଲରେ ହୋଇଥିଲା। ପରେ ଦିଲ୍ଲୀରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ହଜାରା ଆଇନ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିଲେ। ସେ ଥାଇଲ୍ୟାଣ୍ଡର ଏକ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାନବସମ୍ବଳରେ ଏମବିଏ ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଗତ ୨୦୨୦ ମସିହାରେ ସେ ପଶ୍ଚିମବଙ୍ଗ ଭାରତୀୟ ଜନତା ଯୁବମୋର୍ଚ୍ଚା (ବିଜେୱାଇଏମ)ରେ ଉପାଧ୍ୟକ୍ଷା ରହିଥିଲେ। ତେବେ ସେ ବିଜେପି ଟିକେଟରେ ଏଣ୍ଟଲୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱୀତା କରି ନିକଟତମ ତୃଣମୂଳ ପ୍ରାର୍ଥୀଙ୍କ ଠାରୁ ୫୮ ହଜାରରୁ ବି ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ସେ ଏବେ ବିଜେପିର ଜାତୀୟ ମୁଖପାତ୍ର ଥିବା ବେଳେ ପାର୍ଟି ପୁଣି ଥରେ ତାଙ୍କୁ ମମତାଙ୍କ ବିରୋଧରେ ଭବାନୀପୁରରୁ ପ୍ରାର୍ଥୀ କରିଛି। ସେହିପରି ମମତା ଜଣେ ଅପରାଜେୟ ନେତ୍ରୀ। ଏହା ବିଜେପି ଗତ ବିଧାନସଭା ନିର୍ବାଚନରେ ଅଙ୍ଗେ ଅଙ୍ଗେ ଅନୁଭବ ମଧ୍ୟ କରିଛି। ଲୋକଙ୍କ ଭଲପାଇବା ତାଙ୍କ ପାଖରେ ରହିଥିବା ସେ ଦାବି କରନ୍ତି । ନନ୍ଦିଗ୍ରାମରୁ ହାରିଥିଲେ ବି ଭବାନୀପୁର ମମତାଙ୍କ ଗଡ ଅଟେ । ଏଠାରେ ତାଙ୍କର ପକେଟ୍ ଭୋଟ ରହିଛି । ଯାହା ତାଙ୍କର ବିଜୟୀ ସମ୍ଭାବନାକୁ ବଢାଇଦେଇଛି । ସୂଚନାଯୋଗ୍ୟ, ମମତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ଭାବନୀପୁରରେ ନିର୍ବାଚନ ଜିତିବାକୁ ପଡିବ ।
Discussion about this post