ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୬ ଶହ ପାରକରିଛି ଦୈନିକ କରୋନା ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୫୩ ଓ ସ୍ଥାନୀୟ ସଂକ୍ରମିତ ୨୪୯ ଜଣ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲା ୯୬ ଜଣ ଅଛନ୍ତି । ରାଜ୍ୟର ଅନୁଗୁଳ ଜିଲାର ୧୧, ବାଲେଶ୍ୱର ୨୧, ବରଗଡ ୨, ଭଦ୍ରକ ୫, କଟକରେ ୫୪ ଜଣ ଚିହ୍ନଟ ହୋଇଛନ୍ତି । ଦେବଗଡରୁ ୧୭, ଗଞ୍ଜାମ ୧, ଜଗତସିଂହପୁର ୧୮, ଯାଜପୁରରେ ୨୪ ଚିହ୍ନଟ ହୋଇଛନ୍ତି । ଏଥିସହିତ ଝାରସୁଗୁଡା ଜିଲାରେ ୨, କନ୍ଧମାଳ ୧, କେନ୍ଦ୍ରାପଡା ୬, ଖୋର୍ଦ୍ଧାରେ ୨୮୩, କୋରାପୁଟରେ ୪ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜ ଜିଲାରେ ୩୧, ନୟାଗଡ ୧, ନୂଆପଡା ୧, ପୁରୀ ୨୧ ଓ ରାୟଗଡାରେ ୪ ଜଣ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲାରେ ୧୩, ସୋନପୁର ୧, ସୁନ୍ଦରଗଡ ୯ ଓ ଷ୍ଟେଟପୁଲରୁ ୬୭ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ରାଜ୍ୟରେ ୪୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହିତ ସଂପ୍ରତି ରାଜ୍ୟରେ ୫୬୪୨ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି | ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜିର ୬ କରୋନା ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୧୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
Discussion about this post