ରିପୋର୍ଟ କାର୍ଡ / ଗଞ୍ଜାମ (ମହେଶ୍ୱର ସେଠୀ)
ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମ ପୁର ଗ୍ରାମରେ ଅଘଟଣ। ସେପ୍ଟିକ ଟାଙ୍କି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣକର ମୃତ୍ୟୁ ହୋଇଛି | ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସହ ୩ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ମୃତକ ହେଲେ ସଦାନନ୍ଦ ରେଡି,କ୍ରୀଷ୍ଣା ରେଡି ଓ ଅବସରପ୍ରାପ୍ତ ସେନା କର୍ମଚାରୀ ପି ତାରିଣି ଆରେଡି ବୋଲି ଜଣାପଡିଛି । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Discussion about this post