Report Card Odisha

| Daily Odia News

ବିଧାନସଭା ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ଗୃହ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଧନସଭା ମୌସୁମୀ ଅଧିବେଶନ ଦ୍ଵିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ନାରାବାଜି ଓ ହୋହଲ୍ଲା ଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ଆଜି ଅଧିବେଶନ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟ ନାରାବାଜି ଓ ହୋହାଲ୍ଲା କରିଥିବା ବେଳେ ବିଜେପି ମାହାଙ୍ଗା ମର୍ଡର ଘଟଣାରେ ହଟ୍ଟଗୋଳ ଓ ନାରାବାଜି କରିଛି । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିରୋଧୀ । ଶେଷରେ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ସେପେଟ ଗୃହକୁ ସ୍ୱାଭାବିକ ଭାବେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ସେହିପରି ବୁଧବାର ମଧ୍ୟ ପ୍ରଶ୍ନକାଳ ଭଲରେ ଚାଲି ପାରିନଥିବା ବେଳେ ମରୁଡି ନେଇ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହାପରେ ପୁଣି ଗୃହ ଚାଲିଥଲା । କିନ୍ତୁ ପ୍ରଶ୍ନକାଳକୁ ଚଲାଇ ଦେଇନଥିଲେ ବିରୋଧୀ। ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି। ଅନ୍ୟପଟେ ମରୁଡି ପ୍ରସଙ୍ଗରେ ପୁଣି ଥରେ ଆଲୋଚନା ହେବ ବୋଲି ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହକୁ ସୂଚନା ଦେଇଛନ୍ତି। ଆଲୋଚନା ପାଇଁ କଂଗ୍ରେସ ଗୃହରେ ଦାବି କରିଥିଲା। ସରକାର ଆଲୋଚନା କରି ଏନେଇ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ବାଚସ୍ପତି। ଆଜି ଜଳସମ୍ପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, ସୂଚନା ଓ ଲୋକସମ୍ପର୍କ, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି, ପରିବହନ ବିଭାଗର ପ୍ରଶ୍ନକାଳ ଥିଲା। ବିଧାନସଭାର ମୌସୁମୀ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଦୁଇ ଦିନ ହେଲା ବିରୋଧୀମାନେ ପ୍ରଶ୍ନକାଳ ଚଲାଇ ଦେଉନାହାନ୍ତି। ଫଳରେ ବହୁ ବିଧାୟକ ହତାଶ ହୋଇଛନ୍ତି।

Breaking News