ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଗ୍ ବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ହୃଦଘାତରେ ମୃତ୍ୟୁ ଘଟିଛି। ମୁମ୍ବାଇର କୁପର୍ ହସ୍ପିଟାଲ୍ ତାଙ୍କ ମୃତ୍ୟୁ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ ସେ ଶୋଇବା ପୂର୍ବରୁ କିଛି ଔଷଧ ସେବନ କରିଥିଲେ। ଏହାପରେ ସେ ଆଉ ଉଠିନଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦଘାତ ହେତୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୋଷ୍ଟମର୍ଟମ ଚାଲିଥିବା ସୂତ୍ରରୁ ପ୍ରକାଶ। ତାଙ୍କ ମା ଏବଂ ଦୁଇ ଭଉଣୀ ଅଛନ୍ତି। କୁପର୍ ହସ୍ପିଟାଲର ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାକୁ ଅଣାଯାଇଥିଲା। ସିଦ୍ଧାର୍ଥ ଶୁକ୍ଲା ଏକ ମଡେଲ ଭାବରେ ଶୋବିଜ୍ ରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଟେଲିଭିଜନ୍ ଶୋ ବାବୁଲ୍ କା ଆଙ୍ଗାନ୍ ଛୁଟେ ନା ରେ ମୁଖ୍ୟ ଭୂମିକାରେ ସେ ଅଭିନୟ ଆରମ୍ଭ କରିଥିଲେ। ପରେ ସେ ଜାନେ ପେହେଚାନେ ସେ . ୟେ ଅଜନାବୀ, ଏବଂ ଲଭ୍ ୟୁ ଜିନ୍ଦଗି ଭଳି ଶୋ’ରେ ଅଭିନୟ କରିଥିଲେ। କିନ୍ତୁ ବାଳିକା ବଧୁ ତାଙ୍କୁ ଟେଲିଭିଜନ ଜଗତରେ ଏକ ନୂଆ ପରିଚୟ ଦେଇଥିଲା। ସେ ଝଲକ ଦିଖ୍ଲା ଜା ୬, ଫିୟର ଫ୍ୟାକ୍ଟର୍: ଖତ୍ରୋ କେ ଖିଲାଡି ୭ ଏବଂ ବିଗ୍ ବସ୍ ୧୩ର ବିଜେତା ହୋଇଥିଲେ। ଏହାସହିତ ସିଦ୍ଧାର୍ଥ ୨୦୧୪ ରେ କରଣ ଜୋହରଙ୍କ ନିର୍ମିତ ହମ୍ପ୍ଟି ଶର୍ମା କି ଦୁଲହାନିଆ ସହ ବଲିଉଡରେ ଡେବ୍ୟୁ କରିଥିଲେ






More Stories
ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ….
ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ…..
‘ଗୋନ୍ଧାଲ’ କୁ ଓସ୍କାର…..