ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ବଦଳିଛି । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ବଦଳରେ ‘ଓଡ଼ିଶା ରାଜ୍ୟ କ୍ରୀଡା ସମ୍ମାନ’ ରଖାଯାଇଛି । ପ୍ରତିବର୍ଷ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଇଥାଏ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଜାତୀୟ କ୍ରୀଡା ଦିବସରେ ଓଡ଼ିଶାର କୃତି, ସଫଳ କ୍ରୀଡା ବିତ୍, କୋଚ୍, କ୍ରୀଡା ସାମ୍ବାଦିକ ଏବଂ କ୍ରୀଡା ଅନୁଷ୍ଠାନକୁ ଦିଆଯାଇଥାଏ ଏହି ପୁରସ୍କାର । ୨୦୦୧ରେ ଯେତେବେଳେ ବିଜୁ ଜନତା ଦଳ ରାଜ୍ୟରେ ଶାସନକୁ ଆସିଥିଲା ସେବେଠାରୁ ଏହି ପୁରସ୍କାର ପ୍ରଦାନ କରାଯାଉଅଛି । ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସରକାର ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରୁଛନ୍ତି ।





More Stories
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..