Report Card Odisha

| Daily Odia News

ବିବାହର ୨୭ ବର୍ଷ ପରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ବିଲ୍ ଗେଟ୍ସ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମାଇକ୍ରୋସପ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଙ୍କ ବିବାହର ୨୭ ବର୍ଷ ପରେ ପତ୍ନୀ ମେଲିଣ୍ଡା ଗେଟସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏକ ବୟାନରେ ଉଭୟେ କହିଛନ୍ତି, ଏବେ ଦୁହେଁ ଏକା ସାଥିରେ ଆଉ ରହି ପାରିବେ ନାହିଁ । ଟ୍ୱିଟର ରେ ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ ସମ୍ପର୍କରେ ରହି କାମ କରିବା ପରେ ମୁଁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛି । ବିଗତ ୨୭ ବର୍ଷ ମଧ୍ୟରେ ନିଜର ୩ ଛୁଆଙ୍କୁ ପାଳି କରି ବଡ଼ କରିଛି । ଆମେ ଏକ ଫାଉଣ୍ଡେସନ୍ ବି କରିଛୁ । ଯାହା ବିଶ୍ୱବ୍ୟାପୀ ଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମେ ଗୋଟିଏ ପ୍ରକାର ଚିନ୍ତାଧାରା ରଖିବୁ, ଏକାଠି କାମ କରିବୁ । ତେବେ, ଆମେ ଆଗକୁ ପତିପତ୍ନୀ ଭାବେ ରହିପାରିବୁ ନାହିଁ । ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ସୂଚନାଯୋଗ୍ୟ, ୧୯୮୭ ମସିହାରେ ନ୍ୟୁୟର୍କର ଏକ୍ସପୋ-ଟ୍ରେଡ ମେଳାରେ ବିଲ୍ ଗେଟ୍ସ ଓ ମେଲିଣ୍ଡା ପ୍ରଥମେ ସାକ୍ଷାତ କରିଥିଲେ । ସେହିଠାରୁ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ମାଇକ୍ରୋସଫ୍ଟ କାର୍ ପାର୍କିଂରେ ମେଲିଣ୍ଡାଙ୍କୁ ବିଲ୍ ଗେଟ୍ସ ବାହାରକୁ ବୁଲିଯିବା ପାଇଁ ପଚାରିଥିଲେ । ବିଲ୍ ଗେଟ୍ସ ପଚାରିଥିଲେ, ‘କଣ ତୁମେ ଦୁଇ ସପ୍ତାହ ପାଇଁ ଫ୍ରି ଅଛ ?’ ମେଲିଣ୍ଡା ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ କହିଥିଲେ, ‘ସମୟ ଆସିଲେ ମୋତେ ଏ ପ୍ରଶ୍ନ ପଚାର ।’ ଏହା ପରେ ବି ବିଲ୍ ଗେଟ୍ସ ହାର୍ ମାନିନଥିଲେ । ଆସ୍ତେ ଆସ୍ତେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତ ଆଗକୁ ବଢ଼ିଥିଲା । କିଛି ମାସ ପରେ ୧୯୯୪ରେ ଉଭୟ ବିବାହ କରିଥିଲେ ।

Breaking News