ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ୬ ତାରିଖ ଯାଏ କରୋନାର ଯୋଦ୍ଧା ସାମ୍ବାଦିକଙ୍କୁ ଟିକା ଦିଆଯିବ। ରାଜ୍ୟରେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ ସାମ୍ବାଦିକଙ୍କୁ ଆଜିଠାରୁ ଟିକା ଦିଆଯିବ। ଭୁବନେଶ୍ୱରରେ ଆଜିିଠାରୁ ୬ ତାରିଖ ଏହି ୩ ଦିନ ଯାଏଁ ଟିକା ଦେବା ନେଇ ବନ୍ଦୋବସ୍ତ ହୋଇଛି। ୟୁନିଟ୍-୬ ସରକାରୀ ହାଇସ୍କୁଲ ପରିସରରେ ଟିକାକରଣ ହେବ। ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଅଧିନରେ ଆସୁଥିବା ସାମ୍ବାଦିକଙ୍କ ବୀମା ନମ୍ବର ଆଧାରରେ ତିନି ଦିନ ବିଭକ୍ତ କରାଯାଇଛି। ନିର୍ଦ୍ଦିଷ୍ଠ ଦିନରେ ସାମ୍ବାଦିକ ମାନେ ଯାଇ ଭ୍ୟାକସିନ୍ ନେଇ ପାରିବେ। ଏଥିପାଇଁ ନିଜ ପରିଚୟପତ୍ର ଓ ବୀମା କାର୍ଡ ଦେଖାଇ ପାରିବେ।
More Stories
ପ୍ରବାସୀଙ୍କୁ ଆମେରିକା ଛାଡିବାକୁ ଟମ୍ପ୍ଙ୍କ ନିର୍ଦ୍ଦେଶ……
ଗଠନ ହେବ ଓଡିଶା ରାଜ୍ୟ ରାଜପଥ ପ୍ରାଧିକରଣ….
ସିଗାରେଟ୍ ଭିତରେ ଗଞ୍ଜେଇ ଜବତ…..