Report Card Odisha

| Daily Odia News

ତିନି ଚତୁର୍ଥାଂଶ ଆସନରେ ଜିତିବୁ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ଏଥର ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ବ୍ୟବଧାନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି ବିଜେଡି ନେତା ତଥା ନବୀନ ଓଡିଶା ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୁବନେଶ୍ବରଠାରେ ଆୟୋଜିତ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି , ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେକର୍ଡ ବ୍ୟବଧାନରେ ବିଜୟୀ ହୋଇ ପୁଣି ଥରେ ସରକାରକୁ ଆସୁଛନ୍ତି। ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବା ସୁନିଶ୍ଚିତ। ସେହିଭଳି ଲୋକସଭାରେ ମଧ୍ୟ ଗତଥରଠାରୁ ଭଲ ପ୍ରଦର୍ଶନ କରିବ ଦଳ। ସେଥିପାଇଁ ଲୋକଙ୍କଠୁ ଦୁଇଟି ଆଶୀର୍ବାଦ ଦରକାର। ଗୋଟିଏ ବିଧାନସଭା ପାଇଁ ଓ ଅନ୍ୟଟି ଲୋକସଭା ପାଇଁ। ପ୍ରାର୍ଥୀକୁ ଦେଖିବେ ନାହିଁ। ବରଂ ନବୀନ ପଟ୍ଟନାୟକ ଓ ଶଂଖ ଚିହ୍ନକୁ ଦେଖିବେ। କାରଣ ୧୪୭ ବିଧାସଭା ଓ ୨୧ ଲୋକସଭା ଆସନରେ ନବୀନ ପଟ୍ଟନାୟକ ଓ ଶଙ୍ଖ ଚିହ୍ନ ହିଁ ଛିଡ଼ା ହୋଇଛି। ବିକାଶ ଧାରାକୁ ଆହୁରି ଆଗକୁ ନେବା ପାଇଁ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

Breaking News